Home ଜିଲ୍ଲା ପରିକ୍ରମା କଇଥଖୋଲା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ବିବେକାନନ୍ଦ ଜୟନ୍ତୀ ପାଳିତ

କଇଥଖୋଲା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ବିବେକାନନ୍ଦ ଜୟନ୍ତୀ ପାଳିତ

44

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ବିବେକାନ୍ଦ ଶିକ୍ଷାକେନ୍ଦ୍ରରେ ବିବେକାନନ୍ଦ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ବିଦ୍ୟାଳୟର ପ୍ରତିଷ୍ଠାତା ସାଧନ କୁମାର ଦାସଙ୍କ ତତ୍ୱାବଧାନରେ ଏକ ପ୍ରଭାତ ପରିକ୍ରମା ହୋଇଥିଲା । ଶିକ୍ଷାକେନ୍ଦ୍ରରେ ଅଧ୍ୟୟନରତ କୁନୀ କୁନୀ ଛାତ୍ରଛାତ୍ରୀ ମାନେ ବିବେକାନନ୍ଦ ଏବଂ ଭାରତମାତା ରୂପରେ ସଜାଇହୋଇ କଇଥଖୋଲା ଅଂଚଳ ପରିକ୍ରମା କରିବା ସହ କିପରି ସ୍ୱାମୀ ବିବେକାନନ୍ଦ ବିଶ୍ୱରେ ଭାରତୀୟ ସଂସ୍କୃତିକୁ ସ୍ଥାପିତ କରିବା ସହ ସେ ଆଜି ଭଳି ଦିନରେ ଏକ ଯୁଗ ପ୍ରବର୍ତକ ଏବଂ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଯୁବ ସମାଜ ପ୍ରତି ପ୍ରେରଣାର ଉତ୍ସ ବନି ଥିଲେ ସେ ବିଷୟରେ ମତ ପ୍ରକାଶ ପାଇଥିଲା । ପ୍ରଭାତ ପରିକ୍ରମା ସହ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ଅଂଚଳରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ସହ ସ୍ୱଚ୍ଛ ଭାରତ ଗଠନ କରିବାକୁ ଅଂଚଳବାସିଙ୍କୁ ପ୍ଲାକାର୍ଡ ମାଧ୍ୟମରେ ବାର୍ତା ପ୍ରେରଣ କରିଥିଲେ । ଆଜିର ଏହି ଜୟନ୍ତୀ ସମାରୋହରେ ଶାଧନ କୁମାର ଦାସଙ୍କ ସହ ବିଦ୍ୟାଳୟର ଗୁରୁଜୀ ଉମେଶ ଚନ୍ଦ୍ର ସେଠୀ, ରଶ୍ମିତା ବେହେରା, ସଞ୍ଜୁଲତା ମାହୁନ୍ତ, ଜୟଶ୍ରୀ ଜେନା, ମିଲି ମଣ୍ଡଳ, ତନ୍ମୟ ଭୋଳ, ଅନିତା ଦାସ, ସଞ୍ଜୁଲତା ଦାସ, ପ୍ରିୟଦର୍ଶନୀ ପଣ୍ଡିତ, ପ୍ରିୟଙ୍କା ମହାଳିକ, ମାନସୀ ମଣ୍ଡଳ, ନନ୍ଦିତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଜୟନ୍ତି ସମାରୋହରେ ଅଂଶ ଗ୍ରହଣ କରିବା ସହ ସଂଚାଳନା କରିବାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.