Home ଜିଲ୍ଲା ପରିକ୍ରମା ଭଦ୍ରକ ସାଂସ୍କୃତିକ ମହୋତ୍ସବର ତୃତୀୟ ସନ୍ଧ୍ୟା, ମେଲୋଡି କୁଇନ୍ ଅସିମା ପଣ୍ଡାର ନୃତ୍ୟରେ ଝୁମିଲେ ଦର୍ଶକ

ଭଦ୍ରକ ସାଂସ୍କୃତିକ ମହୋତ୍ସବର ତୃତୀୟ ସନ୍ଧ୍ୟା, ମେଲୋଡି କୁଇନ୍ ଅସିମା ପଣ୍ଡାର ନୃତ୍ୟରେ ଝୁମିଲେ ଦର୍ଶକ

13

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାସ୍କୃତିକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମୁଖ୍ୟଅତିଥିଭାବେ ବିଧାୟକ ସଂଜୀବ କୁମାର ମଲ୍ଲିକ ଯୋଗଦେଇ କହିଲେ ଭଦ୍ରକ ହେଉଛି ଭାଇଚାରାର ସହର । ଭଦ୍ରକ ଭୂଖଣ୍ଡରେ ବିଭିନ୍ନ ସମୟରେ ସୌର, ଶାକ୍ତ, ବୈଷ୍ଣବ, ବୌଦ୍ଧ, ଜୈନ, ଶିଖ୍‌, ଇସଲାମ୍ ଓ ଇଶାଇ ଧର୍ମର ଧର୍ମଗୁରୁଙ୍କ ସହିତ ବୈଷ୍ଣବ ଧର୍ମର ପ୍ରବର୍ତକ ସ୍ୱୟଂ ଶ୍ରୀ ଚୈତନ୍ୟ ପଦାର୍ପଣ କରିଛନ୍ତି । ବଂଶୀବଲ୍ଲଭ ଗୋସ୍ୱାମୀଙ୍କ ରଚିତ ମୋଗଲ ତାମସା ପରି ବହୁ ସାହିତ୍ୟ, ନାଟକ ହିନ୍ଦୁ ଓ ଇସଲାମ୍ ଧର୍ମର ସଂଯୋଗ ସେତୁ । ଭଦ୍ରକର ଐତିହ୍ୟ ଓ ପରମ୍ପରା ବଜାୟ ରଖିବାକୁ ଗାନ୍ଧି ପଡିଆଠାରେ ଭଦ୍ରକ ସାଂସ୍କୃତିକ ମହୋତ୍ସବର ସାମ୍ବାଦିକ ବନ୍ଧୁମାନେ ଆୟୋଜନ କରିଛନ୍ତି । କାଉନସିଲର ସେକ ସଇଦ୍‌,କାଉନସିଲର ସ୍ୱାଗତିକା ନାୟକ,କାଉନସିଲରଙ୍କ ପ୍ରତିନିଧି ସୂର୍ଯ୍ୟନାରାୟଣ ଦାସ,କମିଟିର ସଂପାଦକ ଆଶିଷ ଅମିତାଭ ମହାପାତ୍ର ,କୋଷାଧ୍ୟକ୍ଷ ପ୍ରିୟଦର୍ଶନ ବୋିଇତି ,କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ବେହେରା , ଆବାହକ ଅବିନାଶ ପଣ୍ଡା,ସୁବ୍ରତ ଦୀକ୍ଷିତ,ଶୁଭଦୀପ ମଲ୍ଲିକ, ଶଙ୍କର୍ଷଣ ରାଓ, ଶାନ୍ତନୁ ଦଳେଇ ପ୍ରମୁଖ ଉପସ୍ଥିିତ ଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢୀ, ଶିକ୍ଷୟିତ୍ରୀ ମନୋରମା ରାୟ, ସଦସ୍ୟା ତେଜସ୍ୱନୀ ଦାସ,ସସ୍ମିତା ବଳ ପ୍ରମୁଖ ମଂଚ ପରିଚାଳନା କରିଥିଲେ । ମେଲୋଡି କୁଇନ୍ ଅସିମା ପଣ୍ଡାର ନୃତ୍ୟରେ ଦର୍ଶକମାନେ ବିଭୋର ହୋଇ ନୃତ୍ୟ ପ୍ରଦର୍ଶନ କରିଥିଲେ ।ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ଦର୍ଶକ ଙ୍କର ସମାଗମ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.