Home ଜିଲ୍ଲା ପରିକ୍ରମା ଜାତୀୟ ବିଦ୍ୟାଳୟସ୍ତରୀୟ ବାସ୍କେଟବଲ୍ ପ୍ରତିଯୋଗିତା, ଭଦ୍ରକ ଜିଲ୍ଳାରୁ ଆଦ୍ୟାଶା ଓ ଲିପ୍‌ଶିଖା ସାମିଲ

ଜାତୀୟ ବିଦ୍ୟାଳୟସ୍ତରୀୟ ବାସ୍କେଟବଲ୍ ପ୍ରତିଯୋଗିତା, ଭଦ୍ରକ ଜିଲ୍ଳାରୁ ଆଦ୍ୟାଶା ଓ ଲିପ୍‌ଶିଖା ସାମିଲ

40

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଛତିଶଗଡ଼ର ରାଜନନ୍ଦଗାଓଁ ଠରେ ହେବାକୁ ଥିବା ଜାତୀୟ ବିଦ୍ୟାଳୟସ୍ତରୀୟ ୧୭ ବର୍ଷରୁ କମ୍ ବାସ୍କେଟବଲ୍ ପ୍ରତିଯୋଗିତା ନିମନ୍ତେ ଓଡ଼ିଶା ବିଦ୍ୟାଳୟସ୍ତରୀୟ ବାସ୍କେଟବଲ୍ ଦଳରେ ଭଦ୍ରକ ଜିଲ୍ଲାରୁ ୨ ଖେଳାଳୀ ସ୍ଥାନ ପାଇଛନ୍ତି । ଏହି ଦୁଇ ଖେଳାଳୀ ହେଲେ ଆଦ୍ୟାଶା ଆଦିତି ବେହେରା ଓ ଲିପ୍‌ଶିଖା ମହାଳିକ୍ । ଦୁଇ ମନୋନୀତ ଖେଳାଳୀ ଭଦ୍ରକ ସରକାରୀ ବାଳିକା ବିଦ୍ୟାଳୟର ୧୦ ଶ୍ରେଣୀର ଛାତ୍ରୀ । ଆଦ୍ୟାଶା ହଳଦୀଡିହ ବାଇପାସ୍ ସ୍ଥିତ ମିର୍ଜାପୁର ଗ୍ରାମର ଦୁଃଶାସନ ବେହେରାଙ୍କ କନ୍ୟା ହୋଇଥିବା ବେଳେ ଲିପ୍‌ଶିଖା ଚାନ୍ଦବାଲି ବ୍ଲକ ବଡ଼ଓସ୍ତିଆ ଗ୍ରାମର ବିଚିତ୍ରାନନ୍ଦ ମହାଳିକ୍‌ଙ୍କ କନ୍ୟା । ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାର ଜାତୀୟ ପ୍ରତିଯୋଗିତା ନିମନ୍ତେ ପ୍ରଥମ ଥର ପାଇଁ ଭଦ୍ରକ ଜିଲ୍ଲାରୁ ଖେଳାଳୀ ସ୍ଥାନ ପାଇଥିବାରୁ ଜିଲ୍ଲାର କ୍ରୀଡ଼ାପ୍ରେମୀଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଛି । ଏହି ଦୁଇ ଖେଳାଳୀ କୋଚ ମନୋଜ ସାହୁଙ୍କ ତତ୍ତ୍ୱାବଧାନରେ କ୍ରୀଡ଼ା ପ୍ରଶିକ୍ଷଣ ନେଉଥିବା ବେଳେ ତାଙ୍କ ମନୋନୟନ ନେଇ ସେ ଉଭୟ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଇପିଇ ମାନସ ରାଉଳ, ଡିଇଓ, ଏଡିଇଓ, ସରାକରୀ ବାଳିକା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.