Home ଜିଲ୍ଲା ପରିକ୍ରମା ପ୍ରଭୁ ଶ୍ରୀରାମଙ୍କୁ ଅପମାନ ଜନକ ନାଟକ ପରିବେଷଣ, ଆଗରପଡ଼ା ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଜିଲ୍ଲା ଆରକ୍ଷୀ...

ପ୍ରଭୁ ଶ୍ରୀରାମଙ୍କୁ ଅପମାନ ଜନକ ନାଟକ ପରିବେଷଣ, ଆଗରପଡ଼ା ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ

14

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଭଦ୍ରକ ଜିଲ୍ଲା ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଗତ ଗତ ତାରିଖ ଶନିବାର ଦିନ ଭଦ୍ରକ ଜିଲ୍ଲା ଆଗରପଡ଼ା ମହାବିଦ୍ୟାଳୟ ପରିସରରେ ସରକାରୀ/ ପ୍ରଶାସନିକ କାର୍ଯ୍ୟକ୍ରମ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନୁଷ୍ଠିତ ହେବା ଅବସ୍ଥାରେ କଲେଜ ପିଲାମାନଙ୍କ ଦ୍ୱାରା ଏକ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା । ଯେଁଉ ନାଟକ ରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଏବଂ ମାତା ସୀତାଙ୍କୁ ଅତି କଦର୍ଯ୍ୟ ଅପମାନ ହେଲା ଭଳି ନାଟକ ପରିବେଷଣ ହୋଇଥିଲା । ଯାହା ସମଗ୍ର ହିନ୍ଦୁ ସମାଜ ଛାତ୍ର ସମାଜକୁ କୁଠାରଘାତ କରିଛି । ତେଣୁ ପରିବେଷଣ ହୋଇଥିବା ବିବାଦୀୟ ନାଟକକୁ ପ୍ରୋତ୍ସାହନ ଦେଇଥିବା କଲେଜ ଅଧ୍ୟକ୍ଷ, ନୋଡାଲ ଅଫିସର, ସାଂସ୍କୃତିକ କମିଟିର ମୁଖ୍ୟଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଏବିଭିପି ଭଦ୍ରକ ଜିଲ୍ଲା ଦାବି କରୁଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ଜିଲ୍ଲା ସଂଯୋଜକ ଜ୍ୟୋତି ପ୍ରକାଶ ସାହୁ, ବିଭାଗ ସହ ସଂଯୋଜକ ବିଶ୍ୱନାଥ ସୋନୁ ଲାହା, ରାଜ୍ୟ ଏସଏଫଡି ସହ ସଂଯୋଜକ ବିଭୁ କିଶୋର ରାଉତ, ରାଜ୍ୟ ଫାର୍ମ ଭିଜନ ସହ ସଂଯୋଜକ ସାଇ ଜୀବନ ଜ୍ୟୋତି ସାହୁ, ବାପୁନ୍ ମହାପାତ୍ର, ଦୀପକ ବେହେରା, ପ୍ରଶାନ୍ତ ସିଂ, ଓମକାର ମହାନ୍ତି, ଶୁଭଙ୍କର ମହାରଣା, ରାହୁଲ ଦେବ ସାହୁ, ସତ୍ୟ ପ୍ରକାଶ ମହାନ୍ତି, ପ୍ରିତିକାନ୍ତ ଜେନାଙ୍କ ସମେତ ପଚାଶରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.