Home ଜିଲ୍ଲା ପରିକ୍ରମା ଓଡିଶା ସବୁଜ ପତ୍ରିକା ମହାସଂଘ ବୈଠକ

ଓଡିଶା ସବୁଜ ପତ୍ରିକା ମହାସଂଘ ବୈଠକ

13

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଦକ୍ଷିଣବାଡ ପଞ୍ଚାୟତ ସୁନାହର ଗ୍ରାମରେ ଓଡିଶା ସବୁଜ ପତ୍ରିକା ମହାସଂଘ ଜିଲ୍ଲାସ୍ତରୀୟ ବୈଠକ ଶନିବାର ଜିଲ୍ଲା ସମ୍ପାଦିକ ତପସ୍ୱନୀ ପରିଡା ଓ ସଂଯୋଜକ ତାପସ କୁମାର ପରିଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ବିଧାନସଭା ସମ୍ମୁଖରେ ସଂଘ ପକ୍ଷରୁ ଅନୁଷ୍ଠିତ ଧାରଣାର ପରବର୍ତ୍ତି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା । ସରକାରଙ୍କ ପ୍ରତିଶ୍ରୁତି ଫଳବତୀ ନହେଲେ ବିକଳ୍ପ ପଦକ୍ଷେପ ସମ୍ପର୍କରେ ବିଚାର ଆଲୋଚନା କରାଯାଇ ରାଜ୍ୟ ସଭାନେତ୍ରୀ ଲକ୍ଷ୍ମୀଦେବୀଙ୍କୁ ଅବଗତ କରାଯାଇଥିଲା । ଏଥିରେ ଧାମନଗର, ବାସୁଦେବପୁର, ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକ ସଂଯୋଜିକାମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଅନୁସୂୟା ବଳ, ରଶ୍ମିତା ନାୟକ, ବାସନ୍ତି ଘଡେଇ, ପ୍ରତିଭା ମହାପାତ୍ର, ବାସନ୍ତି ରାୁତ, ଛବିରାଣୀ ବିଶ୍ୱାଳ, ସଶ୍ମିତା ସାହୁ, ଲକ୍ଷ୍ମୀ ସାହୁ, ସ୍ନେହଲତା ମିଶ୍ର, ଗୀତାଞ୍ଜଳୀ ଖଣ୍ଡାଇ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.