Home ଜିଲ୍ଲା ପରିକ୍ରମା ‘ବିରହ ରାତିର ଜହ୍ନ’ ଲୋକାର୍ପିତ

‘ବିରହ ରାତିର ଜହ୍ନ’ ଲୋକାର୍ପିତ

51

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇଂ ଶଶାଙ୍କ ଶେଖର ପଣ୍ଡାଙ୍କ ଦ୍ୱାରା ରଚିତ ଗୀତିକବିତା ପୁସ୍ତକ “ବିରହ ରାତିର ଜହ୍ନ”, ଓଡ଼ିଶା ଗୀତି କବି ସମାଜ ଆନୁକୂଲ୍ୟରେ କଟକ ଶତାବ୍ଦୀ ଭବନରେ ଉନ୍ମୋଚିତ ହୋଇଯାଇଛି । ଲବ୍ଧ ପ୍ରତିଷ୍ଠ ଗୀତିକାର ଗୌର ପଟ୍ଟନାୟକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲିପ ରାଉତରାୟ, ମୁଖ୍ୟବକ୍ତା ଡ. ଅନ୍ତର୍ଯ୍ୟାମୀ ମିଶ୍ର, ବରେଣ୍ୟ ଅତିଥି ଭାବେ ଆକାଶବାଣୀର ପୂର୍ବତନ ଉପମହାନିର୍ଦ୍ଦେଶକ ଡ. ହୃଷିକେଶ ପାଣି ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଲିଙ୍ଗରାଜ ରଥ, ସଂପାଦକ ପ୍ରେମ ଚାନ୍ଦ ମହାନ୍ତି, ପୂର୍ବତନ ସଂପାଦକ ମନୋଜ ପଟ୍ଟନାୟକ, ଯୁଗ୍ମ ସମ୍ପାଦିକା ସନ୍ଧ୍ୟାରାଣୀ ମିତ୍ର, ମନୋଜ ମହାନ୍ତି, ଉପସଭାପତି ପୀତାମ୍ବର ମିଶ୍ର ଏବଂ ଦୁଇଶହରୁ ଅଧିକ କବି କବୟିତ୍ରୀ ଯୋଗ ଦେଇଥିଲେ । ଜଣେ ଯୁବ କବି ଭାବରେ ଇଂ ପଣ୍ଡାଙ୍କର ଏହା ପ୍ରଥମ ଗୀତିକବିତା ପୁସ୍ତକ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଉତ୍ତରବାଡ଼ ଗ୍ରାମର ବିଶିଷ୍ଟ ପାଲାଗାୟକ ବିଦ୍ୟାଧର ପଣ୍ଡାଙ୍କ ସୁପୁତ୍ର । ଇଂ ପଣ୍ଡା ଜଣେ ଯୁବକବି ସହିତ ଜଣେ ମଞ୍ଚ ଓ ଦୂରଦର୍ଶନ କଳାକାର ମଧ୍ୟ । ତାଙ୍କର ଏହି ଗୀତିକବିତା ପୁସ୍ତକ ବେଶ୍ ଜନାଦୃତ ହେବ ବୋଲି ଏହାର ମୁଦ୍ରଣକାରୀ ମିଶ୍ର ପବ୍ଲିକେସନର ମାଲିକ ତପନ କୁମାର ମିଶ୍ର କହନ୍ତି । ପରେ ଏହି ମଞ୍ଚରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.