Home ଜିଲ୍ଲା ପରିକ୍ରମା ଦାମୋଦର ସଂସ୍କୃତ ଡ଼ିଗ୍ରୀ ମହାବିଦ୍ୟାଳୟରେ ଯୁବ ବିକାଶ କାର୍ଯ୍ୟକ୍ରମର ଉଦ୍‌ଯାପନ ପର୍ବ – ୨୦୨୩

ଦାମୋଦର ସଂସ୍କୃତ ଡ଼ିଗ୍ରୀ ମହାବିଦ୍ୟାଳୟରେ ଯୁବ ବିକାଶ କାର୍ଯ୍ୟକ୍ରମର ଉଦ୍‌ଯାପନ ପର୍ବ – ୨୦୨୩

12

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣା ବଜାରସ୍ଥିତ ଦାମୋଦର ସଂସ୍କୃତ ଡ଼ିଗ୍ରୀ ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷାବିଭାଗ, ଓଡ଼ିଶ ପକ୍ଷରୁ ପ୍ରାୟୋଜିତ ସମ୍ମନ୍ୱିତ ଯୁବ ବିକାଶ ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦ୍‌ଯାପନୋତ୍ସବ ତଥା ମହାବିଦ୍ୟାଳୟର ବାର୍ଷିକୋତ୍ସବ ମହାଆଡ଼ମ୍ବର ସହିତ ପରିପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ, ଭଦ୍ରକ ସଞ୍ଜୀବ କୁମାର ମଲ୍ଲିକ ଯୋଗଦେଇ ଯୁବଶକ୍ତିର ବିକାଶ ନିମିତ୍ତ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ବନ୍ଧତା ସମ୍ପର୍କରେ ଆଲୋକପାତ କରିବା ଅବସରରେ ବିଜ୍ଞାନର ଚରମଉତ୍କର୍ଷ ସର୍ବତ୍ର ପରିଦୃଷ୍ଟ ହେଉଥିବାବେଳେ କୌଣସି ପ୍ରତିଭାର ଅବମୂଲ୍ୟାୟନ ହେବାକୁ ଦିଆଯିବ ନାହିଁ, ସୁତରାଂ ଛାତ୍ରଛାତ୍ରୀମାନେ ଏକ ସୁସମୃଦ୍ଧି ଦେଶଗଠନରେ ପ୍ରମୁଖ ଭାଗୀଦାର ହେବା ନିମିତ୍ତ ଆହ୍ୱାନପ୍ରଦାନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ. ନିତ୍ୟାନନ୍ଦ ମିଶ୍ରଙ୍କ ପୌରୋହିତ୍ୟରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ବିଶିଷ୍ଟ କଥାକାର ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ପ୍ରଫେସର ପବିତ୍ର ପାଣିଗ୍ରାହୀ ପ୍ରାଚୀନ ସଂସ୍କୃତ ସାହିତ୍ୟମାନଙ୍କରୁ ବିଭିନ୍ନ ଉପାଦେୟ ପ୍ରସଙ୍ଗମାନ ଉଦ୍ଧାରକାରି ସଂସ୍କୃତଭାଷାର ଗରିମାମୟ ଐତିହ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ ସଭାରେ ସମ୍ମାନିତ ଅତିଥି ତ୍ୟାଗଭୂମି ମହୋତ୍ସବର ସଭାପତି ସମାଜସେବୀ ଅଜୟ କୁମାର ନାୟକ, ବିଶିଷ୍ଟଅତିଥି ରାଜ୍ୟ ବିଜ୍ଞାନ ଏକାଡ଼େମୀର ସଦସ୍ୟ ତଥା ସୁସାହିତ୍ୟିକ ଇଂ ଅଭୟ ସୂତାର, କାଉନ୍‌ସିଲର ସେକ୍ ଜୁଲଫିକର ଅଲ୍ଲୀ , ରାଜଲକ୍ଷ୍ମୀ ମହାପାତ୍ର ପ୍ରଭୃତି ଅତିଥିମାନେ ସ୍ୱକୀୟ ଅଭିଭାଷଣ ପ୍ରଦାନ କରିବା ଅବସରରେ ଛାତ୍ରଛାତ୍ରୀମାନଙ୍କୁ ବିକାଶର ମହାକୁମ୍ଭରେ ସାମିଲ ହେବା ନିମିତ୍ତ ଆଲୋକପାତ କରିଥିଲେ ।

ଏହି ଅବସରରେ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପଣ୍ଡିତ ଭାଗୀରଥି ନନ୍ଦଶର୍ମା, ପଣ୍ଡିତ ଭାବଗ୍ରାହୀ ମିଶ୍ର, ପଣ୍ଡିତ ପଦ୍ମନାଭ ପଣ୍ଡା, ପଣ୍ଡିତ ଦୟାନିଧି ଦାଶ, ପଣ୍ଡିତ ଅଭିମନ୍ୟୁ ଶୁକ୍ଳଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସଂବର୍ଦ୍ଧିତ କରାଯାଇଥିଲା । ଉକ୍ତ ଯୁବ ବିକାଶ କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ଶୁକଦେବ ପଣ୍ଡା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦାମୋଦର ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ପ୍ରମୋଦ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୂର୍ବତନ ଅଧ୍ୟକ୍ଷ ଡ଼ଃ. କୃପାସିନ୍ଧୁ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଦିକାନ୍ତ ପଣ୍ଡା ବେଦପାଠ ଓ ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳଜନନୀ ଗାନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଅଧ୍ୟାପକ ଚିତ୍ତରଞ୍ଜନ ଦାସ, ପ୍ରଶାନ୍ତ କୁମାର ଦାସ, ଗାୟତ୍ରୀ ମହାନ୍ତି, ମଞ୍ଜୁଲତା ପଣ୍ଡା, ମଧୁସୁଦନ ତ୍ରିପାଠୀ, ସଞ୍ଜିତ କୁମାର ସିହ୍ନା, ରଘୁନାଥ ନାୟକ, ଗୌରାଙ୍ଗ ଚନ୍ଦ୍ର ଦାସ, ସୁବାସ ଚନ୍ଦ୍ର ମିଶ୍ର ପ୍ରଭୃତି ପରିଚାଳନା କରିଥିଲେ । ଭଦ୍ରକର ଗଣ୍ୟମାନ୍ୟ ଆମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ସାହିତ୍ୟ ଏକାଡ଼େମୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବହଳୀ, ସମାଜସେବୀ ସୁଧାକର ରାଉତ, କିରଣ ଚନ୍ଦ୍ର ଗୁଇଁ, ଗଭର୍ଣ୍ଣିଂବଡ଼ି ସଦସ୍ୟା ଜରିମୁନ୍ ନେସା, ବସୁମିତ୍ରା ସାହୁ, ଅଜୟ ସାହୁ ,ମନୋରମା ଆଚାର୍ଯ୍ୟ, ସିଦ୍ଧେଶ୍ୱର ସାହୁ ଓ ରବିନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପ୍ରମାଣପତ୍ର ବଣ୍ଟନ କରାଯିବା ପରେ ଅକ୍ଷୟ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.