Home ଜିଲ୍ଲା ପରିକ୍ରମା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ବିଧାୟକ ସୁରଜ, ଧାମନଗରକୁ ରେଳପଥ ସଂଯୋଗ ପାଇଁ ରଖିଲେ ଦାବି

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ବିଧାୟକ ସୁରଜ, ଧାମନଗରକୁ ରେଳପଥ ସଂଯୋଗ ପାଇଁ ରଖିଲେ ଦାବି

44

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରସ୍ତାବିତ ଯାଜପୁର-ଧାମରା ରେଳପଥକୁ ଧାମନଗର ଦେଇ ସଂଯୋଗ କରିବାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ବିଧାୟକ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞ । ନୂଆଦିଲ୍ଲୀ ଗସ୍ତରେ ଥିବା ଧାମନଗର ଯୁବ ବିଧାୟକ ଶ୍ରୀ ସୁରଜ ଆଜି କେନ୍ଦ୍ର ରେଳ, ଦୂର ସଂଚାର ଓ ଆଇଟି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ୍ କରିଥିଲେ । ଏହି ସାକ୍ଷାତ୍ ସମୟରେ ବିଧାୟକ ସୁରଜ ଯାଜପୁର-ଧାମରା ରେଳପଥର କିପରି ଧାମନଗରକୁ ସଂଯୋଗ ହେବ, ସେ ବିଷୟରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟକ ସୁରଜ ଏହି ପ୍ରସଙ୍ଗରେ ଦର୍ଶାଇଛନ୍ତି ଯେ ଧାମନଗର ହେଉଛି ଏକ ବିିବିଧ ଧର୍ମପୀଠ ରହିଥିବା ଐତିହାସିକ ସ୍ଥାନ । ଏଠାରେ ୨ଟି ପର୍ଯ୍ୟଟନ ସ୍ଥଳୀ ସହୀଦ ସ୍ମୃତି ପୀଠ ଲୁଣିଆ ଓ ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବ ଏବଂ କଳାପାହାଡ ଯୁଦ୍ଧର ମୂକସାକ୍ଷୀ ଗୋହିରାଟିକିରୀ ରହିଛି । ସେହିପରି ଏଠାରେ ପ୍ରସିଦ୍ଧ ଖାନକା ସରିଫ, ଭାରଦା କଟକ ଭଳି ଧାର୍ମିକ ସ୍ଥାନ ରହିଛି । ଧାମନଗର ଦେଇ ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣିଙ୍କୁ ଗମନାଗମନର ସୁବିଧା ସୁଯୋଗ ରହିଛି । ଏଣୁ ରେଳପଥକୁ ଧାମନଗର ଦେଇ ଧାମରା ସଂଯୋଗ କରାଗଲେ ପର୍ଯ୍ୟଟନ କ୍ଷେତ୍ର ସହ ଜନ ସାଧାରଣଙ୍କ ଉନ୍ନତି ସାଧିତ ହୋଇପାରିବ ବୋଲି ସେ ରେଳମନ୍ତ୍ରୀଙ୍କୁ ଅବଗତ କରାଇବା ସହ ଏ ସଂପର୍କିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ନିକଟରେ ଧାମନଗର ବରିଷ୍ଠ ନାଗରିକ ପରିଷଦ, ବରିଷ୍ଠ ନାଗରିକ ମଂଚ, ଧାମନଗର ଏକତା ମଂଚ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ରେଳପଥ ସଂଯୋଗ କରିବା ପାଇଁ ବିଧାୟକ ସୁରଜଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ବିଧାୟକ ସୁରଜଙ୍କ ଦାବିକୁ ଧାମନଗର ଅଂଚଳର ବୁଦ୍ଧିଜୀବୀ ମହଲ ସ୍ୱାଗତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.