Home ଜିଲ୍ଲା ପରିକ୍ରମା ଖାନ୍‌କା ସରିଫରେ ଜଳଯୋଗାଣ ପାଇଁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅନୁଦାନ, ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ...

ଖାନ୍‌କା ସରିଫରେ ଜଳଯୋଗାଣ ପାଇଁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅନୁଦାନ, ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଉର୍ସ କମିଟି

11

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଧାମନଗର ଏନ୍‌.ଏ.ସି.ରେ ଅବସ୍ଥିତ ମୁସଲିମ୍ ସମ୍ପ୍ରଦାୟର ପ୍ରଖ୍ୟାତ ଧର୍ମପୀଠ ଖାନ୍‌କା ସରିଫ୍ ପରିସରରେ ଜଳଯୋଗାଣ ସୁବିଧା ନିମନ୍ତେ ମୁଖ୍ୟମନ୍ତ୍ରୀ ୨କୋଟି ୧ ଲକ୍ଷ ୫ ହଜାର ଟଙ୍କା ମଞ୍ଜୁର କରିଛନ୍ତି । ଏହି ପରିପ୍ରେକ୍ଷୀରେ ଉର୍ସ କମିଟିର କର୍ମକର୍ତ୍ତାମାନେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଧାମନଗର ଏନ୍‌.ଏ.ସି. ଅଧ୍ୟକ୍ଷା ନିବେଦିତା ଜେନା, ଉର୍ସ କମିଟିର ଉପସଭାପତି ସୟଦ ମୁସ୍ତାଫ ରାଜା ହବିବ୍ ସମ୍ପାଦକ ମହମ୍ମଦ ଇସ୍ରାଏଲ ହବିବ୍ ଓ ଅନ୍ୟ ସଦସ୍ୟମାନେ ଜିଲ୍ଲାପାଳଙ୍କୁ ତାଙ୍କ ପ୍ରକୋଷ୍ଠରେ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଜିଲ୍ଲାପାଳଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ । ସୂଚନା ଯୋଗ୍ୟକି ଗତ ଜୁନ୍ ୧୨ ତାରିଖରେ ତତ୍‌କାଳୀନ ୫ଟି ସଚିବଙ୍କ ଧାମନଗର ଗସ୍ତ ଅବସରରେ ଖାନକା ପୀଠରେ ସୁଗମ ଜଳଯୋଗାଣର ଆବଶ୍ୟକତା ସମ୍ବନ୍ଧରେ କମିଟି ତରଫରୁ ଆର୍ଥିକ ଅନୁଦାନ ପ୍ରଦାନ ନିମନ୍ତେ ଦରଖାସ୍ତ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.