Home ଜିଲ୍ଲା ପରିକ୍ରମା ବାରିକପୁର ସରକାରୀ ଉଚ୍ଚବିଦ୍ୟାଳୟ ବାର୍ଷିକୋତ୍ସବ

ବାରିକପୁର ସରକାରୀ ଉଚ୍ଚବିଦ୍ୟାଳୟ ବାର୍ଷିକୋତ୍ସବ

39

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାରିକପୁର ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକୋତ୍ସବ ପ୍ରଧାନଶିକ୍ଷକୟତ୍ରୀ ସୁଜାତା ମଲ୍ଲିକଙ୍କ ପୌରହିତ୍ୟରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ କାଞ୍ଚନବାଳା ପାତ୍ର ଉତ୍ସବ ଉଦଘାଟନ କରିଥିଲେ । ଏଥିରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ଅଧିର କୁମାର ତରାଇ ମୁଖ୍ୟ ଅତିଥି, ଶିକ୍ଷାବିତ ଗୟାଧର ସାମଲ, ରବିନ୍ଦ୍ର କୁମାର ନନ୍ଦ, ନିତ୍ୟାନନ୍ଦ ଦାସ, ପ୍ରଫୁଲ୍ଲ କୁମାର ସାହୁ, ଡା ନିରଞ୍ଜନ ଓଝା, ପୁରୁଷୋତ୍ତମ ଧଳ, କମିଟି ସଭାପତି ପ୍ରତାପ ଚନ୍ଦ୍ର ଘଡେଇ, ସମାଜସେବୀ ଉତ୍କଳ କେଶରୀ ବରାଳ, ଜୟସ୍ମୀତା ଗୋଚ୍ଛାୟତ, ସୁବାସ ପାତ୍ର, ଅଧ୍ୟାପକ ଅନାଦି ଚରଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାର୍ଷିକୋତ୍ସବ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଶୈଖିକ ଓ ସହଶୈଖିକ କାର୍ଯ୍ୟକ୍ରମର କୃତୀ ଛାତ୍ରଛାତ୍ରୀଙ୍କ ସହ ଏ-୧ ଗ୍ରେଡଧାରୀ ବିଦ୍ୟାଳୟର ଛାତ୍ର ପ୍ରିୟବ୍ରତ ଦାସ ଓ ଚାମ୍ପିଅନ ସତ୍ୟପ୍ରକାଶ ନାୟକଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟରୁ ମ୍ୟାଟ୍ରିକ ପାସକରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତୃଭାଷା ଓଡିଆରେ ସର୍ବୋଚ୍ଚ ନମ୍ବରଧାରୀଙ୍କୁ ପୁରସ୍କୃତ କରିବାକୁ ପୁରୁଷୋତ୍ତମ ଧଳ ଘୋଷଣା କରିଥିଲେ । ଶିକ୍ଷକ ଜିତେନ୍ଦ୍ର କୁମାର ସାହୁ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.