Home ଜିଲ୍ଲା ପରିକ୍ରମା ଶଶଧର ଦାସ ପାଇବେ ଉତ୍କଳ ସମ୍ମାନ

ଶଶଧର ଦାସ ପାଇବେ ଉତ୍କଳ ସମ୍ମାନ

59

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଧୁନିକ ଓଡ଼ିଆ କବିତାର ଯଶସ୍ୱୀ କବି, ବିଶିଷ୍ଟ ସାହିତ୍ୟ ସମାଲୋଚକ, ଗବେଷକ ତଥା ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ଶଶଧର ଦାସ ଚଳିତ ବର୍ଷର ସମ୍ମାନଜନକ ଉତ୍କଳ କେଶରୀ ମହତାବ ସ୍ମାରକୀ ସାହିତ୍ୟ ସମ୍ମାନ ପାଇବେ । ବନ୍ତ ଉତ୍କଳ କେଶରୀ ହରେକୃଷ୍ଣ ମହତାବ ସାହିତ୍ୟ ସଂସଦ ତରଫରୁ ପ୍ରଫେସର ଦାସ ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସାହିତ୍ୟର ବିଭିନ୍ନ ବିଭାଗରେ ପାରଦର୍ଶିତା ଲାଭ ସହିତ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମୁଖପତ୍ର ଉତ୍କଳ ପ୍ରସଂଗର କାର୍ଯ୍ୟକାରୀ ସମ୍ପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀର ରାଜ୍ୟସ୍ତରୀୟ ସଦସ୍ୟ, ଉତ୍କଳ ଓ ଫକୀର ମୋହନ ବିଶ୍ୱ ବିଦ୍ୟାଳୟର ଗବେଷଣା କମିଟିର ସଦସ୍ୟ ଭାବରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି ସେ । ବିଗତ ୮ବର୍ଷ ଧରି ବନ୍ତର ଏହି ସାହିତ୍ୟ ସଂସଦ ତରଫରୁ ସାହିତ୍ୟ କ୍ଷେତ୍ରରେ ପାରଦର୍ଶିତା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇ ଆସୁଛି । ଆସନ୍ତା ୨୪ ତାରିଖ ବନ୍ତର ଜାମିତୀରା ଠାରେ ଏହି ବାର୍ଷିକ ଉତ୍ସବ ପାଳିତ ହେବାକୁ ଥିବା ବେଳେ ଏଥିରେ ଡ. ଶଶଧର ଦାସଙ୍କ ସମେତ ଡ. ରମାକାନ୍ତ ନାୟକ, ଡ. ନାରାୟଣ ସେନାପତି ଅତିଥି ଭାବେ ଯୋଗ ଦେବେ ବୋଲି ସଭାପତି ଡ. ସୁଧାଂଶୁ ଶେଖର ନାୟକ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.