Home ଜିଲ୍ଲା ପରିକ୍ରମା ଅଗ୍ନିକାଣ୍ଡରେ ପୋଡ଼ିଗଲେ ୪ଗୋରୁ ୧ ଛେଳି

ଅଗ୍ନିକାଣ୍ଡରେ ପୋଡ଼ିଗଲେ ୪ଗୋରୁ ୧ ଛେଳି

58

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ତହସିଲ ରାମପୁର ପଞ୍ଚାୟତ ଅଧିନ ଅଳଓତି ଢିଅ ସାହିରେ ଗତ କାଲି ବିଳମ୍ବିତ ରାତ୍ରରେ ଅଗ୍ନୀକାଣ୍ଡ ଘଟି ଗ୍ରାମର ସୁଶାନ୍ତ କୁମାର ଶଙ୍ଖୁଆଙ୍କ ୨ବଖରା ଗୃହ ସପୂର୍ଣ୍ଣ ପୋଡ଼ି ଯାଇଛି । ଅଗ୍ନୀକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ପାଶ୍ୱର୍ରେ ବନ୍ଧା ଯାଇଥିବା ୪ଗୋଟି ଗୋରୁ ଓ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମଶା ଧୂପ ନିଆଁରୁ ଏହି ଅଗ୍ନୀକାଣ୍ଡ ଘଟି ଥିବା ବେଳେ ଗୃହପାଳିତ ପଶୁ, ଧାନ ପିଟା ମେସିନ୍‌, ଅଟାକଳ ମେସିନ୍ ଓ ଆବଶ୍ୟକିୟ ଗୃହ ଉପକରଣକୁ ଲଗାଇ ୨ଲକ୍ଷରୁ ଉର୍ଦ୍ଧ ଟଙ୍କାର ଜିନିଷ ପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି । ଭଣ୍ଡାରିପୋଖରୀରୁ ଦମକଳ ଆସି ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲା । ଖବର ପାଇ ବିଶିଷ୍ଟ ନାଟ୍ୟକାର ତଥା ବିଜେପି ନେତା ସୁଧାଂଶୁ ଶେଖର ନାୟକ ବିପନ୍ନ ପରିବାରଙ୍କୁ ଭେଟି ସମବେଦନ ଜଣାଇବା ସଙ୍ଗେ ସଙ୍ଗେ ସରକାରୀ ସହାୟତା ପାଇଁ ତହସିଲଦାଲଙ୍କ ସହ କଥା ହୋଇଥିବା ବେଳେ ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଗିରିଧାରୀ ସାହୁ, ବିଜେପି ନେତା ଜିତେନ୍ଦ୍ର ନାୟକ, ମାଳିରାମ ବେହୁରିଆ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ବନ୍ତ ପଶୁ ଚିକିତ୍ସା ଅଧିକାରିଣୀ ଅନୁଶ୍ରୀ ମିଶ୍ର, ଗଣିଜାଙ୍ଗ ରାଜସ୍ୱ ନିରିକ୍ଷକ ସୁବ୍ରତ ମଲ୍ଲୀକ, ସୁପର୍‌ଭାଇଜର୍ ବ୍ରଜ କିଶୋର ଦାସ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.