Home ଜିଲ୍ଲା ପରିକ୍ରମା ଧାମରାରେ ଏସଟିଏଫ ଦ୍ୱାରା ୧୪ ଲୁହା ପଥର ବୋଝେଇ ଟ୍ରକ ଅଟକ

ଧାମରାରେ ଏସଟିଏଫ ଦ୍ୱାରା ୧୪ ଲୁହା ପଥର ବୋଝେଇ ଟ୍ରକ ଅଟକ

13

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ରେ ଏସଟିଏଫ ଦ୍ୱାରା ୧୪ଟି ଲୁହା ପଥର ବୋଝେଇ ଟ୍ରକ କୁ ଅଟକ ରଖାଯାଇଛି । ପ୍ରାପ୍ତ ଖବରରୁ ଜଣାଯାଇଛି କେଉଁଝରୁ ଜିଲ୍ଲାର ଏକ ଲୁହା ପଥର ଖଣିରୁ ଆସୁଥିବା ଲୋଡ ହୋଇ ଆସୁଥିବା ଟ୍ରକ ଗୁଡିକ ଏସ ଟିଏଫ ଦ୍ୱାରା ଜବତ ହୋଇଛି । ଏହି ଟ୍ରକ ଗୁଡିକଆସି କିଛି ଧାମରା ବନ୍ଦର ପରିସରରେ ଥିବା ବେଳେ ଆଉ କିଛି ଟ୍ରକ ଗୁଡିକ ଧାମରା ଥାନା ଅଧିନରେ ଥିବା କଇଥଖୋଲା ଠାରେ ରହିଥିଲେ । ଏସଟିଏଫ ର ଦଳ ଆସି ସଂପୃକ୍ତ ଟ୍ରକ ଗୁଡିକ ଖୋଜି ଖୋଜି ସେମାନଙ୍କୁ ଆଣି ଧାମରା ବନ୍ଦର ନିକଟରେ ଥିବା ଡିଆଇ ରୋଡରେ ରଖୁବା ସହ ସେମାନଙ୍କର ସମସ୍ତ ଚାଲାଣ ଏକ ଅନ୍ୟାନ୍ୟ କାଗଜପତ୍ର ନେଇ ଯାଇଥିଲେ ।ଏଥିସହ କଣିଜ ବିଭାଗର ଅଧିକାରୀ ଆସି ଏହି ଅଟକ ରଖା ଯାଇଥିବା ଟ୍ରକ ଗୁଡିକରୁ ସାମ୍ପୁଲ ସଂଗ୍ରହ କରି ଭରବଙ୍କନଶ୍ୱର ଠାରେ ଥିବା ପରୀକ୍ଷାଗାରା କୁ ପଠାଯାଇଛି,ରିପୋର୍ଟ ଆସିବା ପରେ କାଯର‌୍ୟନୁଷ୍ଠାନ ନିଆଯିବ ।

ଏହି ଟ୍ରକ ଗୁଡିକ ଦୀର୍ଘ ୪ ଦିନ ହେବ ଡିଆଇ ରୋଡ ଠାରେ ଠିଆ ହୋଇଥିବା ବେଳେ ସେମାନଙ୍କୁ କାହିଁକି ଅଟକ ରଖା ଯାଇଛି ସେ ବିଷୟରେ ସେମାନେ ଅବଗତ ନାହାନ୍ତି ବୋଲି ସଂପୃକ୍ତ ଟ୍ରକ ଚାଳକ ନିଜର ବୟାନ ରଖିଥିଲେ । ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ସଂପୃକ୍ତ ଲୁହା ପଥର ଖଣିରୁ ଆସୁଥିବା ଲୁହା ପଥର ଗୁଡିକ ଆମଦାନୀ ଗ୍ରେଡର ହୋଇ ନଥିବା ଯୋଗୁ ସରକାର ଆର୍ଥିକ କ୍ଷତି ସମ୍ମୁଖୀନ ହେବାର ଆଶା ଥିବାରୁ ସରକାରଙ୍କ ଖଣି ନିର୍ଦେଶାଳୟରୁ ଆସିଥିବା ନିର୍ଦେଶ ଅନୁଯାୟୀ ଏସଟିଏଫର ଏକ ଟିମ ଆସି ଏହି ଛାନଭିନ କରି ୧୪ଟି ଟ୍ରକ ଏବଂ ଟିପ୍ପରକୁ ଜବତ କରି ରଖିବା ସହ ଏହାର ଦାୟିତ୍ୱ ଧାମରା ଥାନାକୁ ହସ୍ତାନ୍ତରିତ କରିଥିବା ଜଣାଯାଇଛି । ଅଟକ ରହିଥିବା ଟ୍ରକ ଚାଳକ ଙ୍କ ଅଭିଯୋଗ ଅନୁଯାୟୀ ଯଦି ଲୁହା ପଥର ଅତ୍ୟନ୍ତ ନିମ୍ନ ମାନର ତା ହେଲେ ସଂପୃକ୍ତ ଖଣିର ଲିଜକୁ ବାତିଲ କରାଯିବା ଦରକାର ଅଯଥା ସେମାନଙ୍କୁ ହଇରାଣ କରିବା ଯୁକ୍ତି ସଙ୍ଗତ ନୁହେଁ ବୋଲି ଅଟକ ରହିଥିବା ୧୪ଟି ଚାଳକ ମତ ରଖିଥିଲେ । ତୁରନ୍ତ ସେମାନଙ୍କୁ ହଇରାଣ କରିବା ଅପେକ୍ଷା ଏହି ଗାଡି ଗୁଡିକୁ ଅନଲୋଡ କରାଯାଇ ସେମାନଙ୍କୁ ଯିବାକୁ ଅନୁମତି ଦେବାକୁ ସେମାନେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.