Home ଜିଲ୍ଲା ପରିକ୍ରମା ଘଣ୍ଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ, ଭଲ ପାଠ ପଢ଼ିଲେ...

ଘଣ୍ଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ, ଭଲ ପାଠ ପଢ଼ିଲେ କଲେଜର ଉନ୍ନତି ପାଇଁ ଅର୍ଥର ଅଭାବ ରହିବ ନାହିଁ : ବ୍ୟୋମକେଶ

13

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଘଣ୍ଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦଯାପିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଉଦ୍‌ଯାପିକା ଭାବେ ଯୋଗ ଦେଇ ଉଦ୍‌ଯାପିତ କରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମନ୍ୱିତ ଯୁବ ବିକାଶ ଯୋଜନାରେ ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଅବସରରେ ଅଧ୍ୟଷ ପ୍ରାଧ୍ୟାପକ ଅକ୍ଷୟ କୁମାର ଗିରିଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଯୋଗ ଦେଇ ଭଲ ପାଠ ପଢ଼ିବା ସହିତ କଲେଜର ଫଳାଫଳ ଭଲ ହେଲେ କଲେଜର ଉନ୍ନତି ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିବା ସହ କଲେଜର ବାକିଥିବା ବିଭିନ୍ନ କାର୍ଯ୍ୟ କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟବକ୍ତା ଚାନ୍ଦବାଲି ବ୍ଲକ ଅଧ୍ୟକ୍ଷା ମିନତୀ ସୂତାର, ସମ୍ମାନିତ ଅତିଥି ଘଣ୍ଟେଶ୍ୱର ଡିଗ୍ରୀ କଲେଜ ପରିଚାଳନା କମିଟି ସଭାପତି ଇଂ ଅଭୟ ସୂତାର, ବିଜେଡି ବରିଷ୍ଠ ନେତା ବିବେକାନନ୍ଦ ଦୀକ୍ଷିତ ଓ ଲକ୍ଷ୍ମୀଧର ରାଉତ, ଗୋପୀନାଥପୁର ସରପଞ୍ଚ ବାପୁନ ବାରିକ, ପୂର୍ବତନ ସରପଞ୍ଚ ଖଗେଶ୍ୱର ବେହେରା ଯୋଗଦେଇ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜ୍ଜନ କଲେ କଲେଜ ଗୌରବାନ୍ୱିତ ହେବ ବୋଲି ମତବ୍ୟକ୍ତ କରିଥିଲେ ।

ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ସ୍ୱାଗତ ଭାଷଣ, ଅଧ୍ୟାପିକା ସଂଯୁକ୍ତା ଭାରତୀ ଅତିଥି ପରିଚୟ ଦେଇଥିବା ବେଳେ ନୋଡାଲ ଅଧିକାରୀ ଅଧ୍ୟାପକ ସୁବ୍ରତ କୁମାର ପରିଡା କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ । ଅଧ୍ୟାପକ ମୃତ୍ୟୁଞ୍ଜୟ ଦାସ ଅତିଥିମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିଲେ ଓ ଅଧ୍ୟାପକ ଲଳିତମୋହନ ଜେନା ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରାଚୀରପତ୍ର ତାରୁଣ୍ୟକୁ ମୁଖ୍ୟଅତିଥି ବିଧାୟକ ଡ.ରାୟ ଉନ୍ମୋଚନ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ସହ ନୃତ୍ୟ ପରିବେଷଣ କରିଥିଲେ । କଲେଜର ମୁକ୍ତିକାନ୍ତ ସେଠୀ, ନିରଂଜନ ନାଥ, ତୀମିର ବରଣ ଦାସ, ଡ. ଦେବେନ୍ଦ୍ର ବେହେରା, ସ୍ୱର୍ଣ୍ଣଶୋଭା ମହାପାତ୍ର, ମାନସୀ ମହାଳିକ, ଉମାରାଣୀ ପଣ୍‌ତିତ, ବବ୍ରୁବାହନ ଖିଲାର, ଜ୍ୟୋତିର୍ମୟୀ ପଣ୍ଡା, ପ୍ରଦୀପ କର, ଦୁର୍ଯ୍ୟୋଧନ ବେହେରା, ରତିକାନ୍ତ ଧନୀ, ମନୋରଂଜନ ମିଶ୍ର, ଦେବକାନ୍ତ ନାୟକ ପ୍ରମୁଖ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ସଭାରେ ସମିତିସଭ୍ୟ ବିବେକାନନ୍ଦ ଧର, ସରପଞ୍ଚ ପ୍ରତିନିଧି ପ୍ରକାଶ ବିଶ୍ୱାଳ, ଜଗନ୍ନାଥ ଅଚାର୍ଯ୍ୟ, ଶୀତଳ ବେହେରା, ଅଭୟ ଦାସ ପ୍ରମୁଖଙ୍କ ସହିତ କଲେଜର ଛାତ୍ରଛାତ୍ରୀ ଓ ଅବିଭାବକମାନେ ଉପସ୍ଥିତ ଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.