Home ଜିଲ୍ଲା ପରିକ୍ରମା ଧାମରାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ସ୍ୱଚ୍ଛ ଭାରତ ଏବଂ ସାମାଜିକ ସଚେତନତା କାର୍ଯ୍ୟକ୍ରମ

ଧାମରାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ସ୍ୱଚ୍ଛ ଭାରତ ଏବଂ ସାମାଜିକ ସଚେତନତା କାର୍ଯ୍ୟକ୍ରମ

18

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଅଂଚଳରେ ଏକ ସ୍ୱଚ୍ଛ ଭାରତ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ଧାମରା,ଜଗୁଳା ପଂଚାୟତରେ କିପରି ସ୍ୱଚ୍ଛ ରହିବା ଦରକାର ଏବଂ ଏହାର ଉପକାରିତା ବିଷୟରେ ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଏହି ୨ଟି ପଂଚାୟତରେ ସାଧାରଣ ଜନତାଙ୍କୁ ସଚେତନତା କରିବା ସହ ଯୈାତୁକ ନିବାରଣ ,ନିଶା ନିବାରଣ,ସାମାଜିକ ଗଣମାଧ୍ୟମ ଜରିଆରେ ହେଉଥିବା ଠକାମୀ ଆଦି ବିଭିନ୍ନ ସାମାଜିକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରାଇଥିଲେ । ଶତାଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହ ଏହି ରାଲି ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ବାହାରି ଧାମରା ବଜାର ଧାମରାଇ ମତ୍ସ୍ୟପୋତଶ୍ରୟ, ଧାମରା ଠାରେ ଥିବା ବିଭିନ୍ନ ସରକାରୀ ଏବଂ ବେସରକାରୀ ବ୍ୟାଙ୍କ ଶାଖା,,ଧାମରା ପଂଚାୟତ ଏବଂ ଜାଗୁଳା ପଂଚାୟତ ପରିକ୍ରମା କରିଥିଲା । ଆଜିର ଏହି ରାଲି ଏବଂ ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ଦାସ ନେତୃତ୍ୱ ନେଇଥିବା ବେଳେ ବିଦ୍ୟାଳୟର ଅଧ୍ୟାପକ ବିଜୟ କୁମାର ସାହୁ, ରାଜେନ୍ଦ୍ର ନାରାୟଣ ରାଉତ, ବିଜୟ କୁମାର ରାଉତ, ମମତା ପାଢୀ, ଲକ୍ଷ୍ମୀଧର ବେହେରା, ମନୋରଞ୍ଜନ ମଲିକ, ରାଜା ଦାସ, ନିଶାକର ପାତ୍ର, ମହିମା ପଲେଇ, ଉଶାରାଣୀ ବେହେରା, ଜଗନ୍ନାଥ ଦାସ, ମାନସ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ସଂପାଦନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.