Home ଜିଲ୍ଲା ପରିକ୍ରମା ରାସ୍ତା ପ୍ରଶସ୍ତିକରଣ ପାଇଁ ଉଚ୍ଛେଦ ହେବ ବାରିକପୁର ବଜାର

ରାସ୍ତା ପ୍ରଶସ୍ତିକରଣ ପାଇଁ ଉଚ୍ଛେଦ ହେବ ବାରିକପୁର ବଜାର

59

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ବାରିକପୁର-ବନ୍ତ ୧୮ କିଲୋମିଟର ପୁର୍ତ୍ତରାସ୍ତା ପ୍ରଶସ୍ତିକରଣ ପାଇଁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଶୁକ୍ରବାର ଆରମ୍ଭ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ବାରିକପୁର ବଜାରରେ ଶୁକ୍ରବାର ପୁର୍ତ୍ତ, ରାଜସ୍ୱ, ଜଙ୍ଗଲ, ବିଦ୍ୟୁତ ବିଭାଗର ମିଳିତ ଦଳ ପକ୍ଷରୁ ପୁଲିସ ସୁରକ୍ଷାରେ ପୂର୍ବ ନୋଟିସ ଅନୁଯାୟୀ ମିଳିତ ସର୍ଭେ କରାଯାଇ ଚିହ୍ନଟ କରାଯାଇଥିଲା । ଏବର ୫.୫ ମିଟର ପିଚୁ ରାସ୍ତାକୁ ୧୦ ମିଟର କରାଯିବ । ପାଶ୍ୱର୍ ରାସ୍ତା ଓ ରାସ୍ତାର ଅନ୍ୟାନ୍ୟ ଆବଶ୍ୟକତା ପୂରଣ ପାଇଁ ପ୍ରତ୍ୟେକ ପାଶ୍ୱର୍ରେ ଅଧିକ ୧୦ ମିଟର ଜମି ଆବଶ୍ୟକ ହେବ । ୧୬ ନଂ ଜାତୀୟ ରାଜପଥର ବାରିକପୁର ଛକ ଠାରୁ ଅନନ୍ତପୁର ଛକ ପର୍ଯ୍ୟନ୍ତ ଏକ କିଲୋମିଟର ରାସ୍ତାକୁ ୨ ଥାକିଆ କରାଯିବ । ଏଥିପାଇଁ ୨୦୨୨-୨୩ ଆର୍ଥୀକ ବର୍ଷରେ ୧୮ କୋଟି ଟଙ୍କାର ଚୁକ୍ତିନାମା ସମ୍ପାଦିତ ହୋଇ ସାରିଛି । ୧୬ ନଂ ଜାତୀୟ ରାଜପଥର ବାରିକପୁର ଛକ ଠାରୁ ବନ୍ତ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଜବରଦଖଲ ଉଚ୍ଛେଦ କରାଯିବ । ତେବେ ଏହି ପ୍ରଶସ୍ତିକରଣ ପାଇଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବା ଆଶଙ୍କା ପ୍ରକାଶ କରିଛନ୍ତି ବାରିକପୁର ବଜାର ବ୍ୟବସାୟୀମାନେ । ପ୍ରସ୍ତାବିତ ଉଚ୍ଛେଦ ପ୍ରକ୍ରିୟାରେ ବାରକପୁର ବଜାରର ପ୍ରାୟ ୩ଶହରୁ ଅଧିକ ବ୍ୟବସାୟୀ ଜୀବିକା ହରାଇବେ ବୋଲି ଜଣାଯାଇଛି । ବଜାର ଉଚ୍ଛେଦ ପୂର୍ବରୁ ବ୍ୟବସାୟୀଙ୍କୁ ଥଇଥାନ କରାଯିବାକୁ ଦାବି ହୋଇଛି । ଦୀର୍ଘଦିନ ଧରି ବ୍ୟବସାୟୀମାନେ ରାସ୍ତାର ଉଭୟ ପାଶ୍ୱର୍ରେ ବ୍ୟବସାୟ କରି ଗୁରଜୁରାଣ ମେଣ୍ଟାଉଥିବା ବେଳେ ଏହି ଉଚ୍ଛେଦ ସେମାନଙ୍କ ଜୀବିକାକୁ ଛଡାଇ ନେଉଥିବାରୁ ବଜାର କମିଟି ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି । ପ୍ରଶାସନ ଓ ଜନପ୍ରତିନିଧି ବ୍ୟବସାୟୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଥଇଥାନ ପଦକ୍ଷେପ ନେବାକୁ ବଜାର କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.