Home ଜିଲ୍ଲା ପରିକ୍ରମା ବାଣ ଫୁଟାଇ ତିହିଡ଼ି ବ୍ଲକର ୧୪ଆହତ, ୪ଗୁରୁତର

ବାଣ ଫୁଟାଇ ତିହିଡ଼ି ବ୍ଲକର ୧୪ଆହତ, ୪ଗୁରୁତର

21

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ଦୀପାବଳି ଉପଲକ୍ଷେ ବାଣ ଫୁଟାଇ ୧୪ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ପ୍ରକାଶ ଯେ, ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସାଡିହ ଗ୍ରାମର ପୂର୍ଣ୍ଣବ୍ରତ ରାଉତ (୧୬) ବାଣ ଫୁଟାଉଥିବା ବେଳେ ଅସାବଧାନତା ବଶତଃ ତାଙ୍କ ହାତରେ ବାଣ ଫୁଟିବାରୁ ପାପୁଲିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅଚକ ପଞ୍ଚାୟତ ଅଧୀନ ନନ୍ଦପୁର ଗ୍ରାମର ଚକ୍ରଧର ମହାରଣା (୨୨)ଙ୍କ ହାତରେ ବାଣ ଫୁଟିଯିବାରୁ ୩ଟି ଆଙ୍ଗୁଳି ନଷ୍ଟ ହୋଇଥିବା ଜଣାଯାଇଛି । ଅଚକ ପଞ୍ଚାୟତ ଅଧୀନ ଉତ୍ତରବାହା ଗ୍ରାମର ସତ୍ୟକାନ୍ତ ସାହୁ (୨୨)ଙ୍କ ହାତରେ ବାଣ ଫୁଟିବାରୁ ତାଙ୍କ ପାପୁଲିଟି ନଷ୍ଟ ହୋଇଥିବା ଜଣାଯାଇଛି । ବାମନବିନ୍ଧା ପଞ୍ଚାୟତ ଅଧୀନ କାନପୁର ଗ୍ରାମର ଗଣେଶ୍ୱର ବେହେରା (୩୬)ଙ୍କର ବାଣରେ ହାତ ପାପୁଲିଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ଜଣାଯାଇଛି । ଏହି ୪ଜଣ ଗୁରୁତର ହୋଇ କଟକରେ ଚିକିତ୍ସିତ ହେଉଛନ୍ତି । ସେହିପରି ବ୍ଲକର ବିଭିନ୍ନ ଅଞ୍ଚଳର ୧୦ଜଣ ଯୁବକ ଓ ବାଳକ ବାଣ ଫୁଟାଇ ଆହତ ହୋଇ ତିହିଡ଼ି ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.