Home ଜିଲ୍ଲା ପରିକ୍ରମା ଭଦ୍ରକ ଗୁଜୁରାଟୀ ସମାଜ ତାର ଜଣେ ମୁରବୀଙ୍କୁ ହରାଇଲା, ମହିୟସୀ ମହିଳା ଦେବୀବାଳା ଶାହାଙ୍କର ପରଲୋକରେ...

ଭଦ୍ରକ ଗୁଜୁରାଟୀ ସମାଜ ତାର ଜଣେ ମୁରବୀଙ୍କୁ ହରାଇଲା, ମହିୟସୀ ମହିଳା ଦେବୀବାଳା ଶାହାଙ୍କର ପରଲୋକରେ ସ୍ମୃତିଚାରଣ ପ୍ରାର୍ଥନା ସଭା

30

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେବଳ ଜଣେ ମହିୟସୀ ଆଦର୍ଶ ମହିଳା ନୁହଁନ୍ତି, ଅନ୍ୟର ଦୁଃଖକୁ ନିଜ ହୃଦୟରେ ଧରି ତାହା ଲାଘବ କରିବା କ୍ଷେତ୍ରରେ ଅନନ୍ୟ ସମାଜସେବୀ ସ୍ୱର୍ଗତଃ ଦେବୀବାଳା ଶାହାଙ୍କର ଯେଉଁ ମହନୀୟ ଗୁଣ ରହିଥିଲା, ତାହା ତାଙ୍କୁ ମୃତ୍ୟୁଞ୍ଜୟୀ କରିଛି । ଭଦ୍ରକର କେବଳ ଗୁଜୁରାଟୀ ସମାଜ ନୁହେଁ ଅଭିବକ୍ତ ବାଲେଶ୍ୱର ଜିଲାରେ ଜଣେ ବିଶିଷ୍ଟ ସମାଜସେବୀ ଭାବେ ପରିଚିତ ସ୍ୱର୍ଗତଃ ଶାନ୍ତିଲାଲ ମାନଚାନ୍ଦ ଶାହାଙ୍କର ଆଦର୍ଶକୁ ନିଜ ଜୀବନରେ ପାଥେୟ କରି ବହୁ ଦୁଃଖିରଙ୍କିଙ୍କୁ ସେବା ଯୋଗାଇ ଆସୁଥିବା ତାଙ୍କ ପତ୍ନୀ ସ୍ୱର୍ଗତଃ ଦେବୀବାଳା ପରଲୋକ ଗମନ କରିଥିଲେ ମଧ୍ୟ ତାଙ୍କର ମଣିଷ ପଣିଆ ଭବିଷ୍ୟତର ଯୁବପିଢିଙ୍କୁ ଅନୁପ୍ରାଣିତ କରିବ ବୋଲି ଆଜି ତାଙ୍କର ସ୍ମୃତିଚାରଣ ପ୍ରାର୍ଥନା ସଭାରେ ଭଦ୍ରକର ଗୁଜୁରାଟୀ ସମାଜର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । କଳ୍ପନା ଶୈଲେଶ କୁମାର ଶାହା ଓ ଜୟଶ୍ରୀ ଜୟେଶ କୁମାର ଶାହାଙ୍କ ପରିଚାଳନାରେ ଆୟୋଜିତ ଏହି ସ୍ମୃତିଚାରଣ ପ୍ରାରମ୍ଭରେ ଜ୍ୟେଷ୍ଠ ପୁତ୍ର ନରେଶ କୁମାର ଶାନ୍ତିଲାଲ ଶାହା, ନିଲେଶ କୁମାର ଶାନ୍ତିଲାଲ ଶାହା, ଧନେଶ କୁମାର ଶାନ୍ତିଲାଲ ଶାହା, ମିନେଶ କୁମାର ଶାନ୍ତିଲାଲ ଶାହା ସ୍ୱର୍ଗତଃ ଦେବୀବାଳାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଅଭିବକ୍ତ ବାଲେଶ୍ୱର ଜିଲାର ଏକ ପ୍ରତିଷ୍ଠିତ ବ୍ୟବସାୟ ପ୍ରତିଷ୍ଠାନ ଶାନ୍ତି ଓ କଳ୍ପନା ଜୁଏଲାରୀର ପ୍ରତିଷ୍ଠାତା ସ୍ୱର୍ଗତଃ ଶାନ୍ତିଲାଲ ମାନଚାନ୍ଦ ଶାହାଙ୍କ ଦେହାନ୍ତ ପରେ ପତ୍ନୀ ଦେବୀବାଳା ତାଙ୍କ ପଦାଙ୍କ ଅନୁସରଣ ପୂର୍ବକ ସମାଜସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଆସୁଥିବାବେଳେ ୮୪ ବର୍ଷ ବୟସରେ ଗତ ୫ ତାରିଖ ଦିନ ଭଦ୍ରକ କଚେରୀ ବଜାର ସ୍ଥିତ ତାଙ୍କ ବାସଭବନ ‘କ୍ରିଷ୍ଣା ନିବାସ’ ରେ ପରଲୋକ ଗମନ କରିଛନ୍ତି । ଏଥି ଉପଲକ୍ଷେ ଆଜି ଭଦ୍ରକ ଗୁଜୁରାଟୀ ସମାଜର ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ମୃତିଚାରଣ ପ୍ରାର୍ଥନା ସଭା ପ୍ରାରମ୍ଭରେ ତାଙ୍କ ତୈଳଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ପରେ ଭଜନ କାର୍ଯ୍ୟକ୍ରମ ସହ ୨ ମିନିଟ୍ ଶୋକବ୍ୟକ୍ତ କରାଯାଇଥିଲା । ଏହାପରେ ଉପସ୍ଥିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରି ସ୍ୱର୍ଗତଃ ଦେବୀବାଳାଙ୍କ ବିୟୋଗରେ ଭଦ୍ରକ ଗୁଜୁରାଟୀ ସମାଜ ଜଣେ ବୟୋଜ୍ୟେଷ୍ଠ ଦିଗ୍‌ଦର୍ଶିକାଙ୍କୁ ହରାଇଲା ବୋଲି କହିଥିଲେ । ଏବଂ ଏହାପରେ ସମସ୍ତେ ମା’ ଅମ୍ବିକାଙ୍କ ଆଶୀର୍ବାଦ ଲାଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.