Home ଜିଲ୍ଲା ପରିକ୍ରମା ବାଣିତିଆ ପଞ୍ଚାୟତରେ ଘରେ ଘରେ କଂଗ୍ରେସ ଓ ଘରେ ଘରେ ହାତ କାର୍ଯ୍ୟକ୍ରମ

ବାଣିତିଆ ପଞ୍ଚାୟତରେ ଘରେ ଘରେ କଂଗ୍ରେସ ଓ ଘରେ ଘରେ ହାତ କାର୍ଯ୍ୟକ୍ରମ

29

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣିତିଆ ପଞ୍ଚାୟତରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟମହାପାତ୍ରଙ୍କ ନେତୃତ୍ୱରେ ‘ଘରେ ଘରେ କଂଗ୍ରେସ, ଘରେ ଘରେ ହାତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତର ବାଣିତିଆ, କୁଡ଼ିଆମାଳ ଗ୍ରାମରେ କଂଗ୍ରେସ କର୍ମୀମାନଙ୍କୁ ନେଇ ସମସ୍ତ ଅଞ୍ଚଳ ଏହି ପଟୁଆର ବୁଲି ଘରକୁ ଘର ଯାଇ ୨୪ବର୍ଷର ବିଜେଡ଼ି ସରକାର ଓ କେନ୍ଦ୍ରର ବିଜେପି ସରକାରଙ୍କର ବିଫଳତା ଓ ସାଧାରଣ ଜନତାଙ୍କ ସମସ୍ୟାଙ୍କ ସମ୍ବଳିତ ଏକ ପ୍ରଚାରପତ୍ର ବଣ୍ଟା ଯାଇଥିଲା । ବିଜେଡ଼ି ସବୁଦିନ ଲୋକଙ୍କୁ ଭୁଆଁ ବୁଲେଇ ମଦମାଂସ ଦେଇ ଭୋଟ କିଣୁଛି । ସାଧାରଣ ଜନତାଙ୍କ ସମସ୍ୟା ଦୂର କରିବାରେ ପୂର୍ଣ୍ଣ ବିଫଳ ହୋଇଛି । ଦରଦାମ ବୃଦ୍ଧିରେ ରୋକ୍ ଲାଗାଇବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । ଲୋକେ ତାଙ୍କୁ ଆମାଗୀ ନିର୍ବାଚନରେ ସଠିକ୍ ଜବାବ ଦେବେ ବୋଲି ଶ୍ରୀ ରାୟମହାପାତ୍ର ଘରେଘରେ ପ୍ରଚାର କରିଥିଲେ । ଏହି କାର୍ଯ୍ୟକ୍ରମରେ ରବିନ୍ଦ୍ର ନାଥ ପଣ୍ଡା, କୃପାସିନ୍ଧୁ ମଲ୍ଲିକ, ବଡ଼ସିନ୍ଧୁ ପଣ୍ଡା, ଅକ୍ଷୟ ଜେନା, ଅରୁଣ କୁମାର ପଣ୍ଡା, ଚିନ୍ତାମଣି ଜେନା, ନାରାୟଣ ରାଉଳ, ବନମାଳୀ ବେହେରା, ପ୍ରାଣବନ୍ଧୁ ପତି, କିଶୋର ପରିଡ଼ା, କାର୍ତ୍ତିକ ଜେନାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.