Home ଜିଲ୍ଲା ପରିକ୍ରମା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରଶାସନିକ ପ୍ରସ୍ତୁତି ବୈଠକ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରଶାସନିକ ପ୍ରସ୍ତୁତି ବୈଠକ

12

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅକ୍ଟୋବର ୩୦ ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ଏସ୍‌.ପି. ଭିଜିଲାନ୍ସ, ବାଲେଶ୍ୱର ନରହରି ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ମନୋଜ ପାତ୍ର, ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଆୟୋଜିତ ଏହି ବୈଠକରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ନେଇ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ସପ୍ତାହ ଆରମ୍ଭ ଦିନ ଅକ୍ଟୋବର ୩୦ ତାରିଖ ଦିବା ୧୧ ଘଟିକା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭି.ସି. ଜରିଆରେ ଶପଥପାଠ କାର୍ଯ୍ୟକ୍ରମରେ ସମସ୍ତ ଅଧିକାରୀ, କର୍ମଚାରୀ, ଜନପ୍ରତିନିଧି ପ୍ରମୁଖ ସାମିଲ ହୋଇ ଶପଥ ପାଠ କରିବେ । ଏହି ସପ୍ତାହ ପାଳନ ଉପଲକ୍ଷେ ହାଇସ୍କୁଲ ସ୍ତରରେ ଓଡ଼ିଆ ଓ ଇଂରାଜୀରେ ପ୍ରବନ୍ଧ, ବକ୍ତୃତା, କାର୍ଟୁନ୍ ଆଦି କ୍ଷେତ୍ରରେ ପ୍ରତିଯୋଗିତା ଆୟୋଜନ କରାଯିବ । ସ୍କୁଲ ପିଲାଙ୍କୁ ନେଇ ଦୁର୍ନୀତି ନିବାରଣ ସଚେତନତା ଉଦ୍ଦେଶ୍ୟରେ ଏକ ପଦଯାତ୍ରା କାର୍ଯ୍ୟକ୍ରମ ସହ ଦୁର୍ନୀତି ନିବାରଣ ସଚେତନତା ନେଇ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହେବ ସପ୍ତାହ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ପାଇଁ ପୁରସ୍କାର ପ୍ରମାଣପତ୍ର ବିତରଣ ସହ ସଚେତନତା ନେଇ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.