Home ଜିଲ୍ଲା ପରିକ୍ରମା ଦୋଳସାହି ନାଥସାହିରେ ଦେଢ଼ଶହ ବର୍ଷର ଦୁର୍ଗାପୂଜା

ଦୋଳସାହି ନାଥସାହିରେ ଦେଢ଼ଶହ ବର୍ଷର ଦୁର୍ଗାପୂଜା

43

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ଦୋଳସାହି ପଞ୍ଚାୟତ ଅଧୀନ ନାଥସାହି ଗ୍ରାମରେ ଦେଢ଼ଶହ ବର୍ଷ ଧରି ଦୁର୍ଗାପୂଜା ପାଳିତ ହେଉଛି । ଚଳିତ ବର୍ଷ ମଧ୍ୟ ମହା ଆଡ଼ମ୍ବରରେ ଦୁର୍ଗାପୂଜା ପାଳିତ ହେବାକୁ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ପ୍ରଥମେ ଲକ୍ଷ୍ମଣ ନାଥ ନାମକ ଜଣେ ବ୍ୟକ୍ତି ମା’ଙ୍କର ତମ୍ବା ମୂର୍ତ୍ତି ରଖି ପୂଜାର୍ଚ୍ଚନା କରୁଥିଲେ । ପରବର୍ତ୍ତୀ ସମୟରେ ପ୍ରାଣବନ୍ଧୁ ନାଥ ଓ ଭାଇମାନେ ମିଶି ମୃଣ୍ମୟ ମୂର୍ତ୍ତି ନିର୍ମାଣ କରି ପୂଜାର୍ଚ୍ଚନା କରୁଥିଲେ । ତେବେ ପରେ ସରୋଜ ନାଥ, ନୂତନ ଆଲୋକ ନାଥ, ରତିକାନ୍ତ ନାଥ, ଆଲୋକ କୁମାର ନାଥ ପ୍ରମୁଖ ମା’ଙ୍କ ପୂଜା କାର୍ଯ୍ୟ ତୁଲାଉଛନ୍ତି । କର୍ତ୍ତା ଭାବେ ସରୋଜ ନାଥ ଓ ତାଙ୍କ ପତ୍ନୀ ବସନ୍ତ ମଂଜରୀ ନାଥ କାର୍ଯ୍ୟ ତୁଲାଉଥିବା ବେଳେ ପୁରୋହିତ ମୁଖ୍ୟ ପୂଜକ ଶଶିକାନ୍ତ ମିଶ୍ର, ଅନୁଆ ମିଶ୍ର, ବାଦଲ ମିଶ୍ର ମା’ଙ୍କର ଯଥାରୀତି ପୂଜାର୍ଚ୍ଚନା କରୁଛନ୍ତି । ସ୍ଥାନୀୟ ଅଞ୍ଚଳର ଭକ୍ତମାନେ ମା’ଙ୍କୁ ଦର୍ଶନ କରିବା ସହିତ ସେମାନଙ୍କର ମାନସିକ ପୂରଣ ପାଇଁ ଭୋଗ ଲଗାଇଥାନ୍ତି । ଏହି ଦେବୀ ପୀଠରେ ବଂଗୀୟ ରୀତିନୀତିରେ ମା’ଙ୍କର ପୂଜା କରାଯାଉଥିବା ବିଶେଷତ୍ୱ ରହିଛି । ପୂଜା ପରିଚାଳନା କମିଟିର ସୁଶାନ୍ତ ନାଥ, ରଘୁଚରଣ ନାଥ, ଡମ୍ବରୁଧର ନାଥ, ମାନସ ନାଥ, ଜ୍ଞାନେନ୍ଦ୍ର ନାଥ, କାଳିଆ ନାଥ, ବିଦେଶୀ ନାୟକ ପ୍ରମୁଖ ପୂଜାକାର୍ଯ୍ୟରେ ସହଯୋଗ କରିଥାନ୍ତି । ଚଳିତ ବର୍ଷ ପୂଜା ପାଇଁ ଆକର୍ଷଣୀୟ ତୋରଣ ସହିତ ଆଲୋକ ସଜ୍ଜା ଭକ୍ତମାନଙ୍କୁ ଆକର୍ଷିତ କରିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.