Home ଜିଲ୍ଲା ପରିକ୍ରମା ପାଳିଆବିନ୍ଧା କଲେଜ ଓଡ଼ିଆ ବିଭାଗର ସ୍ୱାଗତ ଉତ୍ସବ ଓ ପାଠଚକ୍ର, ଆଧୁନିକ ଓଡ଼ିଆ କଥାସାହିତ୍ୟର ଭିତ୍ତି...

ପାଳିଆବିନ୍ଧା କଲେଜ ଓଡ଼ିଆ ବିଭାଗର ସ୍ୱାଗତ ଉତ୍ସବ ଓ ପାଠଚକ୍ର, ଆଧୁନିକ ଓଡ଼ିଆ କଥାସାହିତ୍ୟର ଭିତ୍ତି ସ୍ଥାପନରେ କାନ୍ତକବିଙ୍କ ଭୂମିକା ଅନବଦ୍ୟ

32

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ପାଳିଆବିନ୍ଧା ସ୍ଥିତ ବିରଞ୍ଚି ନାରାୟଣ ମାଧବାର୍ଜ୍ଜୁନ କଲେଜ(ବିଏନଏମଏ)ର ଓଡିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଶୁକ୍ରବାର ସ୍ୱାଗତ ଉତ୍ସବ ଓ ବିଭାଗ ପାଠଚକ୍ର ଅନୁଷ୍ଠିତ ହୋଇ ଯାଇଛି । ବିଭାଗ ମୁଖ୍ୟ ଅଧ୍ୟାପକ ଡ. ବିଶ୍ୱରଞ୍ଜନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପାଠଚକ୍ରକୁ ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୁମାର ପରିଡା ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଡ. ପ୍ରଫୁଲ୍ଲ କୁମାର ସାହୁ ଯୋଗଦେଇ ଜାତୀୟତାବାଦ ଓ ଆଧିଭୌତିକ ଚେତନା କାନ୍ତସାହିତ୍ୟର ବୈଶିଷ୍ଟ୍ୟ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଡ. ଅଭୟ କୁମାର ଦାସ ଯୋଗ ଦେଇ ଆଧୁନିକ ଓଡ଼ିଆ କଥାସାହିତ୍ୟର ଭିତ୍ତି ସ୍ଥାପନରେ କାନ୍ତକବିଙ୍କ ଭୂମିକା ଅନବଦ୍ୟ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ଦୀପ୍ତିମଞ୍ଜରୀ ସେଠୀ ଯୋଗ ଦେଇଥିଲେ । ‘ଓଡିଆ ସାହିତ୍ୟକୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅବଦାନ’ ଶୀର୍ଷକ ଆଲୋଚନାଚକ୍ରରେ ଅତିଥିମାନେ କାନ୍ତକବିଙ୍କ ଜୀବନ ଓ ସାହିତ୍ୟ ଉପରେ ଆଲୋକପାତ କରିଥିଲେ । ବିଷ୍ଣୁପ୍ରିୟା ସାହୁ, ସାଇସ୍ମିତା ବିଶ୍ୱାଳ ଓ ସିଦ୍ଧାନ୍ତ ପାତ୍ର ପ୍ରମୁଖ ଛାତ୍ରଛାତ୍ରୀ ପ୍ରବନ୍ଧ ପାଠ କରିଥିଲେ । ଅଧ୍ୟାପିକା ବନଜବାସିନୀ ବାରିକ ସ୍ୱାଗତ ଭାଷଣ ଓ ଅଧ୍ୟାପିକା ଗାୟତ୍ରୀ ବେହେରା ଧନ୍ୟବାଦ ଦେଇଥଲେ । ବଦ୍ରିନାରାୟଣ ପତି ବେଦପାଠ କରିଥିଲେ । ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର, ଡ. ରାଜେନ୍ଦ୍ର ଭୁଏ, ସୌମେନ ମହାପାତ୍ର, ଡ. ସାଣ୍ଡ୍ରା ରୋଜାରିଓ, ସ୍ୱପ୍ନା ରାୟ, ବୈଷ୍ଣବ ମହାନ୍ତି, ଦୀପକ ପଣ୍ଡା, ଦେବାଶିଷ ଦାସ, ଅଶୋକ ମଲ୍ଲିକ ପ୍ରମୁଖ ପାଠଚକ୍ରରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.