Home ଜିଲ୍ଲା ପରିକ୍ରମା ଚାନ୍ଦବାଲି କୋପରେଟିଭ ବ୍ୟାଙ୍କ ପରିଚାଳକ ବଦଳି ଆଦେଶକୁ ନେଇ ଛକାପଞ୍ଝା, ବଦଳି ନହେଲେ ଚାଷୀ କରିବେ...

ଚାନ୍ଦବାଲି କୋପରେଟିଭ ବ୍ୟାଙ୍କ ପରିଚାଳକ ବଦଳି ଆଦେଶକୁ ନେଇ ଛକାପଞ୍ଝା, ବଦଳି ନହେଲେ ଚାଷୀ କରିବେ ମେଳି, ଆନ୍ଦୋଳନ ଚେତାବନୀ

19

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଠାରେ ଥିବା ବାଲେଶ୍ୱର ଭଦ୍ରକ ସେଂଟ୍ରାଲ କୋଅପରେଟିଭ ବ୍ୟାଙ୍କ ପରିଚାଳକ ନିଜର ବଦଳି ଆଦେଶକୁ ଫୁ କରି ଦେଇଥିବା ବେଳେ ଏଠାରେ ତାଙ୍କ ସ୍ଥାନରେ ଯୋଗ ଦେବାକୁ ଆସିଥିବା ଶାଖା ପରିଚାଳକଙ୍କୁ ନିଜର ଦାୟିତ୍ୱ ହସ୍ତାନ୍ତର କରିବାକୁ ମନା କରିବା ସହ ଦାଦାଗିରି ଦେଖାଇ ବିଦା କରି ଦେଇଛନ୍ତି ।ଖବର ଅନୁଯାୟୀ ବାଲେଶ୍ୱର ଭଦ୍ରକ ସେଂଟ୍ରାଲ କୋପରେଟିଭ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଜର ପତ୍ର ସଂଖ୍ୟା ୫୮୪୦/ଏଚଆରଡି/୨୦୨୩-୨୪ ଅନୁଯାୟୀ ଚାନ୍ଦବାଲି ଶାଖାରେ କାର୍ଯ୍ୟରତ ଶାଖା ପରିଚାଳକ ଗୁରୁ ପ୍ରସାଦ ମିଶ୍ର ଙ୍କୁ ଚାନ୍ଦବାଲି ଶାଖାରୁ ବନ୍ତ ଶାଖାକୁ ବଦଳି ପାଇଁ ନିର୍ଦେଶ ଆସିଥିଲା । ଏହି ନିର୍ଦେଶ ପାଇବା ପରେ ସଂପୃକ୍ତ ଚାନ୍ଦବାଲି ବ୍ୟାଙ୍କ ପରିଚାଳକ ରାଜନୀତି ଆରମ୍ଭ କରିଦେଇଥିଲେ । ଶାସକ ଦଳର ନେତାଙ୍କୁ ଧରି ନିଜର ବଦଳି ଆଦେଶ କୁ ପରିବର୍ତନ କରିବାକୁ ଚାହିଁଥିଲେ ହେଲେ ସଂପୃକ୍ତ ବ୍ୟାଙ୍କର ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏହି ବଦଳି ଆଦେଶ କଡାକଡି ଭାବେ ପାଳନ କରିବାକୁ ନିର୍ଦେଶ ଦେଲେ ।

ମାତ୍ର ଏହା ପରେ ମଧ୍ୟ ଚାନ୍ଦବାଲି ଶାଖା ପରିଚାଳକ ତାଙ୍କ ଅଧିନରେ ଥିବା ୧୮ଟି ସମବାୟ ସମିତିର ସଭାପତିଙ୍କ ଏକଜୁଟ କରି ଚାନ୍ଦବାଲି ଶାଖାକୁ ଆସିଥିବା ନୂତନ ପରିଚାଳକ ଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଖାଇ ବିଦା କରିଦେଲେ । ଏହାକୁ ନେଇ ସାଧାରଣ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖା ଯାଇଛି । ସେମାନେ ଆଗାମୀ ଦିନରେ ବର୍ତମାନ କାର୍ଯ୍ୟରତ ପରିଚାଳକ ଗୁରୁ ପ୍ରସାଦ ମିଶ୍ରଙ୍କୁ ତୁରନ୍ତ ବଦଳି ଦାବୀ କରିବା ସହ ଚାନ୍ଦବାଲି ବ୍ୟାଙ୍କ ଶାଖା ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । କେଉଁ ପରିସ୍ଥିତିରେ ୧୮ଟି ସମବାୟ ସମିତି ଶାଖାର ସଭାପତି ଏବଂ ଏହି ସମିତି ଗୁଡିକରେ ଧାନ ଉଠାଉ ଥିବା ଦଲାଲ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ଶାଖା ପରିଚାଳକ ସଞୟ କୁୁମାର ମହାନ୍ତିଙ୍କ ଯୋଗଦାନକୁ ବିରୋଧ କରିବା ସହ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଲେ ତାହାର ବିଦ୍ଧିବଦ୍ଧ ତଦନ୍ତ କରିବାକୁ ଦାବୀ କରିବା ସହ ତୁରନ୍ତ ପୂର୍ବତନ ବ୍ୟାଙ୍କ ପରିଚାଳକ ଗୁରୁ ପ୍ରସାଦ ମିଶ୍ରଙ୍କୁ ବଦଳି କରିବାକୁ ଚାଷୀ ମାନେ ଦାବୀ ଜଣାଇଛନ୍ତି । ନଚେତ ଏହାର କୁପରିଣାମ ବ୍ୟାଙ୍କ କର୍ତୁପକ୍ଷ ଭୋଗିବେ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.