Home ଜିଲ୍ଲା ପରିକ୍ରମା ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନ୍ ପକ୍ଷରୁ ମାଗଣା ମଧୁମେହ ଚିକିତ୍ସା ଶିବିର

ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନ୍ ପକ୍ଷରୁ ମାଗଣା ମଧୁମେହ ଚିକିତ୍ସା ଶିବିର

24

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନ୍ ପକ୍ଷରୁ ମାଗଣା ମଧୁମେହ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକର ହରିପୁର ପଞ୍ଚାୟତର ଲାଙ୍ଗୁଡିସ୍ଥିତ ମା’ ଅର୍ଣ୍ଣପୂର୍ଣ୍ଣା ମନ୍ଦିର ପରିସରରେ ଆୟୋଜିତ ଏହି ଶିବିରଟି ଭଦ୍ରକର ବନ୍ତଛକ ନେହେରୁ ଷ୍ଟାଡିୟମ୍ ନିକଟରେ ଥିବା ସତ୍ୟଭାମା ହେଲଥ୍ କେୟାରର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଛି । ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନ୍‌ର ସଭାପତି ସତ୍ୟେନ୍ଦୁ ରାୟ ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ମେଡିସିନ୍ ସ୍ପେଶିଆଲିଷ୍ଟ ଡାକ୍ତର ପ୍ରିୟରଂଜନ ବାରିକ ସ୍ଥାନୀୟ ଅଂଚଳର ପ୍ରାୟ ୧୫୦ ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ରୋଗୀଙ୍କର ଚିକିତ୍ସା କରିବା ପରେ ସେମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ଏବଂ ସମଗ୍ର ବିଶ୍ୱରେ ଏବେ ମହାମାରୀ ଭଳି କାୟା ବିସ୍ତାର କରିଥିବା ଏହି ମଧୁମେହ ରୋଗରୁ କିଭଳି ଲୋକେ ମୁକ୍ତି ପାଇବେ, ସେ ଦିଗରେ କ୍ଲବ୍‌ର ସଦସ୍ୟ ମାନେ ସଚେତନ କରାଇଥିଲେ । ଏହି ଶିବିରଟି ସକାଳ ୭.୩୦ ମିନିଟ୍‌ରୁ ଆରମ୍ଭ ହୋଇ ଅପରାହ୍ନ ୧୨.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ସାଧାରଣ ସଂପାଦକ ସନ୍ତୋଷ କୁମାର ପତି, କୋଷାଧ୍ୟକ୍ଷ ପ୍ରତାପ ନାୟକ, ଜୋନ୍ ଚେୟାରପର୍ସନ ପ୍ରଭାତ କୁମାର ଧଳ, ପୂର୍ବତନ ସଭାପତି ବୈଲୋଚନ ବେହୁରିଆ, ଉପସଭାପତି ତିଳୋତ୍ତମା ପଣ୍ଡା, ଉପଦେଷ୍ଟା କମିଟିର ବରିଷ୍ଠ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ ଓ ସାମ୍ବାଦିକ ପ୍ରମୋଦ ରାୟ, ସଦସ୍ୟ ସଂଜୀବ ନାୟକ, ବିଜନ ପତି, ପ୍ରଦୀପ କୁମାର ସାବତ, ନାରାୟଣ ମିଶ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.