Home ଜିଲ୍ଲା ପରିକ୍ରମା ଟିଲୋ ମାଳିସାହି ରାସ୍ତା ପାଣିରେ ବୁଡ଼ିଲା

ଟିଲୋ ମାଳିସାହି ରାସ୍ତା ପାଣିରେ ବୁଡ଼ିଲା

20

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ରାତିରୁ ଏହି ବ୍ଲକରେ ଲଗାଣ ବର୍ଷା ଫଳରେ ଟିଲୋ ପଞ୍ଚାୟତ ମାଳିସାହି ରାସ୍ତାଟି ପାଣିରେ ବୁଡ଼ିଯାଇଛି । ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଟିଲୋ ଉଚ୍ଚ ବିଦ୍ୟାଳୟ ପାଶ୍ୱର୍ରୁ ଏହି ଗ୍ରାମକୁ ରାସ୍ତାଟି ଲମ୍ବିଛି । ଟିଲୋ ମାଳିସାହି ଏବଂ କୁଶବେଣ୍ଟି ଗ୍ରାମର ଲୋକେ ଏହି ରାସ୍ତା ଦେଇ ଦୈନଦିନ କାର୍ଯ୍ୟ ପାଇଁ ଯିବା ଆସିବା କରିଥାନ୍ତି । ୧୫୦ ରୁ ଉର୍ଦ୍ଧ ପରିବାର ଏଠାରେ ଥିବା ବେଳେ ଏହି ରାସ୍ତାଟିକୁ ୨୦୦୭ ମସିହାରେ ନୂତନ ଭାବେ ପକ୍କା କରାଯାଇଥିଲା । ତେବେ ୨ବର୍ଷ ପୂର୍ବେ ରାଜ୍ୟ ରାଜପଥ ନିର୍ମାଣ ହେବା ପରେ ଗ୍ରାମର ବର୍ଷାଜଳ ରାସ୍ତା ପାଶ୍ୱର୍ ଡ୍ରେନ୍ କୁ ପାସ୍ କରୁନି । ଫଳରେ ସାମାନ୍ୟ ବର୍ଷାରେ ଗ୍ରାମର ଅଧିକାଂଶଙ୍କ ଘରେ ପାଣି ଲାଗୁଛି । ଏହି ଗ୍ରାମର କୈଳାଶ ନାଥ,ଦୟାନିଧି ପାଗଳ,କାଳନ୍ଦୀ ନାଥ,ପ୍ରହଲ୍ଲାଦ ଖୁଣ୍ଟିଆ,ଅଧିରାଜ ନାଥ,ସନାତନ ଲେଙ୍କା ପ୍ରମୁଖ ବର୍ଷାଜଳ ଜମି ରହିବା ଯୋଗୁଁ ଘରୁ ବାହାରି ପାରୁନାହାନ୍ତି । ବିଶେଷ କରି ପାଖରେ ଥିବା ଟିଲୋ ଉଚ୍ଚ ବିଦ୍ୟାଳୟ,ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯା ଆସ କରିବାର ବହୁ ଅସୁବିଧା ଭୋଗ କରୁଛନ୍ତି । ଉପରୋକ୍ତ ଘଟଣା ନେଇ ପ୍ରାକ୍ତନ ସରପଞ୍ଚ ପଙ୍କଜିନି ଲେଙ୍କା ବିଡିଓ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.