Home ଜିଲ୍ଲା ପରିକ୍ରମା ଆଇନଜୀବୀ ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ୪ର୍ଥ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତି ସମ୍ମାନ ସମାରୋହ

ଆଇନଜୀବୀ ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ୪ର୍ଥ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତି ସମ୍ମାନ ସମାରୋହ

13

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରିଷ୍ଠ ଆଇନଜୀବୀ, ସମାଜସେବୀ ସ୍ୱର୍ଗତ ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ୪ର୍ଥ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତି ସମ୍ମାନ ସମାରୋହ ଭଦ୍ରକ ଓକିଲ ସଂଘ ଓ ଯତୀନ୍ଦ୍ର ମୋହନ ସ୍ମୃତି ସଂସଦ ମିଳିତ ଆନୁକୁଲ୍ୟରେ ନଳାଙ୍ଗ ସ୍ଥିତ ଜିଲ୍ଲା କୋର୍ଟ ପରିସରସ୍ଥ ଓକିଲ ସଂଘ ସମ୍ମିଳନୀ କକ୍ଷରେ ପାଳନ କରାଯାଇଛି । ସମାରୋହରେ ଭଦ୍ରକ ଓକିଲ ସଂଘର ସଭାପତି ନିରାକାର ଜେନା ପୌରୋହିତ୍ୟ କରିଥିଲେ । ସ୍ୱର୍ଗତ ମହାନ୍ତି ଯେ କେବଳ ବୃତ୍ତିଗତ କ୍ଷେତ୍ରରେ ଦକ୍ଷ ଥିଲେ ତାହା ନୁହେଁ, ସେ ଜଣେ ସମାଜ ସୁଧାରକ, ସାହିତ୍ୟାନୁରାଗୀ ବ୍ୟକ୍ତିତ୍ୱ ଥିଲେ । ସେ ଜଣେ ସାରସ୍ୱତ ସାଧକ ଭାବେ ଭଦ୍ରକର ସାହିତ୍ୟ ଜଗତରେ ବେଶ୍ ଜଣାଶୁଣା ଥିଲେ । ଆଇନ ବୃତ୍ତିରେ ବହୁ ଯୁବ ଆଇନଜୀବୀ ଆର୍ଥିକ ଅନଟନରେ ରହି ମଧ୍ୟ ବୃତ୍ତି ପ୍ରତି ନିଷ୍ଠା ରଖି ଏହି ରାଜକୀୟ ବୃତ୍ତିକୁ ଆପଣେଇ ଆଗକୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏହି ସମାରୋହରେ ଓକିଲ ସଂଘ ସମ୍ପାଦକ ଦିବ୍ୟସିଂହ ନାୟକ, ବରିଷ୍ଠ ଅଧିବକ୍ତା ଜତିକାନ୍ତ ନାୟକ, ପବନ ଶର୍ମା, ଅରୁଣ ଚାନ୍ଦ, ବଟକୃଷ୍ଣ ଦାସ, ନିଶିକାନ୍ତ ନାୟକ, ଶଶିଭୂଷଣ ପଣ୍ଡା, ମୋହରୀର ସଂଘ ସମ୍ପାଦକ ରମାକାନ୍ତ ନାୟକ ପ୍ରମୁଖ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରି ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଏହି ସମାରୋହରେ ଅଧିବକ୍ତା ଅଭୟ ରଥଙ୍କ ‘ଯତୀନ୍ଦ୍ର ମୋହନ ଯୁବ ଆଇନୀଜୀବ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ସ୍ୱର୍ଗତ ମହାନ୍ତିଙ୍କ ପୁତ୍ର ପୂର୍ଣ୍ଣଚନ୍ଦ୍ର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଓକିଲ ସଂଘର ପୂର୍ବତନ ସମ୍ପାଦକ ଜୀତେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.