ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ବିଶ୍ୱ ବୟୋବୃଦ୍ଧ ଦିବସ ପାଳନ ଅବସରରେ ଏକ ସଭା ଆୟୋଜନ କରାଯାଇଥିଲା । ବୟସ୍କମାନେ ଜ୍ଞାନର ଗନ୍ତା ଘର୍, ତାଙ୍କର ସୁସ୍ଥ ସୁଖମୟ ନିରୋଗ ଜୀବନ ଅତିବାହିତ କରିବା ପାଇଁ ସମସ୍ତ ଜନ ସାଧାରଣ ସହଯୋଗ କରିବା ଉଚିତ୍ । ବୟସ୍କ ମାନଙ୍କର ଖାଦ୍ୟ, ବ୍ୟାୟାମ ଏବଂ ସାଧାରଣ ରୋଗ ଓ ତାହାର ଚିକିତ୍ସା ବିଷୟରେ ଆଲୋଚନା କରାଯାଇଥିଲା । ରାମ ଉଲ୍ଲାସ ନିବାସ, ଚରମ୍ପାର ଅନ୍ତେବାସୀ ମାନଙ୍କୁ ଯୋଗ ଶିକ୍ଷା ଦିଆଯାଇଥିଲା । ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାପଇଥିଲା ଓ ଔଷଧ ବଣ୍ଟନ କରାଯାଇଥିଲା । ଡାକ୍ତର ଭାରତୀ ରାଉତ, ଡାକ୍ତର ପ୍ରଦୀପ କୁମାର ଜେନା, ଡାକ୍ତର ସୌଦାମିନୀ ଧଳ, ଡାକ୍ତର ଯାଜ୍ଞସେନି ସେନାପତି, ମନୋଜ କୁମାର ବଳ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ମଧୁସ୍ମିତା ସେଠୀ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଫିସର, ଶୁଭଶ୍ରୀ ତ୍ରିପାଠୀ, ମହିଳା ସ୍ୱାସ୍ଥ୍ୟକର୍ମୀ, ବିନୟ କୁମାର ଦାସ ଫାର୍ମାସିଷ୍ଟ, ଜ୍ୟୋତି ରଞ୍ଜନ ମିଶ୍ର, ଯୋଗ ଶିକ୍ଷକ ଯୋଗ ଦେଇଥିଲେ । ବିଭିନ୍ନ ବିଭାଗର ମ୍ୟାନେଜର ଯଥା ଦୀପକ କୁମାର ନାୟକ, ଅଭିଳାଷ ପାଣିଗ୍ରାହୀ, ସମିତି ପାଣିଗ୍ରାହୀ ପ୍ରମୁଖ ସ୍ୱାସ୍ଥ୍ୟ ଶିବିରରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଊଚଗ ସରିତା ମହାପାତ୍ର ଏବଂ ଜନସ୍ୱାସ୍ଥ୍ୟ ଏବଂ ଯୋଗାଯୋଗ ଅଧିକାରୀ ଅନିତାରାଣୀ ରାଉତ ।