Home ଜିଲ୍ଲା ପରିକ୍ରମା ସମାଜ ଗଠନରେ ସର୍ବୋଦୟ ମଣ୍ଡଳର ଭୂମିକା ଆଜିର ସଂକଟ ଓ ନିଶାନିବାରଣ

ସମାଜ ଗଠନରେ ସର୍ବୋଦୟ ମଣ୍ଡଳର ଭୂମିକା ଆଜିର ସଂକଟ ଓ ନିଶାନିବାରଣ

32

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଅପରାହ୍ନ ୪ଘଟିକାରେ ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିରରେ ଉତ୍କଳ ସର୍ବୋଦୟ ମଣ୍ଡଳ,ଭଦ୍ରକ ଜିଲ୍ଳା ତରଫରୁ ସଭାପତି ଶ୍ରୀ ଅମର କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କର ମଦ ଓ ମାଦକ ଦ୍ରବ୍ୟର ପ୍ରସାର ପଠକରେ ରାଜ୍ୟରେ ସଡକ ଦୂର୍ଘଟଣା,ନାରୀ ନିଯ୍ୟାତନା,କୋମଳ ମତି ବାଳକ ଓ ବାଳିକା ମାନେ ଏହାର ଶିକାର ହେଉଛନ୍ତି । ଓ ନାନାଦି ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି । ବୋଲି ସଭାପତି ଶ୍ରୀ ପାଣିଗ୍ରାହୀ ଓ ନିମ୍ନଲିଖିତ ଅତିଥିମାନେ ମାନେ ଉପବେଗ ପ୍ରକାଶ କରିବା ସଂଗେ ସଂଗେ ମଦ ବିରୋଧୀ ଆଇନ ଯାହା ନବ କୃଷ୍ଣ ଗୌଧୁରୀ ୧୯୫୬ମସିହା ରେ ପାରିତ କରିଥିଲେ,ତାହା ଅବିଲମ୍ବେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ ।ରାଜ୍ୟରେ ୧୮ ରୁ ୨୫ବର୍ଷ ବୟସର ଯୁବ ପୀଢୀ ଆଜୀ ଡ୍ରଗ୍ସ ସେବନରେ ଅଭ୍ୟସ୍ଥ । ମଦରୁ ମିଳୁଥିବା ରାଜସ୍ୱ ଯାହା ଅକାଳରେ ଜୀବନ ଯାଉଥିବା ବ୍ୟକ୍ତି ମାନଙ୍କର ହିସାବ କଲେ ଯତି ୨୦ଗୁଣ ହେଉଛି ।ତେଣୁ ନିଶାନିବାରଣ ଆଇନ ନିମନ୍ତେ ଏକ ଆଇନ ର ଆବଶ୍ୟକତା ଅଛି ବୋଲି ବକ୍ତା ମାନେ ମତାମତ ପ୍ରଦାନ କରିଥିଲେ ।

ଭଦ୍ରକରୁ ଯାଉଥିବା ମେମୁ ଟ୍ରେନରେ ଏକ୍ସପ୍ରେସ ଭଡା ଆଦାୟ କୁ ସମସ୍ତ ବିରୁଦ୍ଧ କରିଥିଲେ ଓ ଆଗାମୀ ୧୫ ଦିନ ମଧ୍ୟରେ ଏହାର ସମାଧାନ ନ ହେଲେ ଜନ ଅସନ୍ତୋସ ର ଶିକାର ରେଳ ବିଭାଗ ହୋଇପାରେ ବୋଲି ସମସ୍ତ ସଭ୍ୟ ଓ ସଭ୍ୟାମାନେ ମତ ପ୍ରକାଶ କରିଥିଲେ ସମ୍ପାଦକ ଗୟାଧର ପଣ୍ଡା ବିବରଣୀ ପାଠ କରିଥିଲେ ।ବିଶିଷ୍ଠ ଅଧିବକ୍ତା ନିରାକାର ଯେନା ,ଲଲାଟେନ୍ଦୁ ମହାନ୍ତି ଗିରୀଧାରୀ ନାଥ,ଶିକ୍ଷାବିତ୍ ଶଚିପଣ୍ଡା,ମନୋଜ ଯେନା,ଡାକ୍ତର ପ୍ରଫୁଲ ସାହୁ, ପୁରସ୍ତମ ଧଳ, ନାରଣପାଢୀ, ଶୈଳେନ୍ଦ୍ର ପାଢୀ, ସଂଯୁକ୍ତ ଯାଦବ ଓ ସମାଜସେବୀ ସରସ୍ୱତୀ ସେନାପତି, ରଞନା ମଣ୍ଡଳ, ବିଶ୍ୱ ଅଗ୍ରୱାଲ୍‌, ସୁରେନ୍ଦ୍ର ପଣ୍ଡା,ସୁଧାକର ରାଉତ,ଡ.ହରେକୃଷ୍ଣ ନାୟକ,ଉତ୍କଳ ସମ୍ପାଦକ ରମାକାନ୍ତ ମଣ୍ଡଳ,ନାରଣଚନ୍ଦ୍ର ପୋଥାଳ,ଭବାନୀ ଶଙ୍କର ନାୟକ,ସର୍ବୋଦୟ,ରୁଦ୍ର ବେହେରା,ନାରାୟଣ ପାଢୀ,ତ୍ୟାଗ ଭୂମି ସମ୍ପାଦକ,ଅଜୟ ନାୟକ,ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ବରିଷ୍ଠ ସଭାପତି ଅଶୋକ କୁମାର ଦାସ,ସମାଜ ସେବୀ ସୁଧାକର ରାଉତ,ବିଜୟ ରାଉତ,ଶାନ୍ତିଲତା ଦାସ ,ନାରାୟଣ ଚନ୍ଦ୍ର,ନାରଣ ପୋଥାଳ(ଭଣ୍ଡାରୀ ପୋଖରୀ) ପିତାମ୍ବର ସାହୁ (ବାରିପଦା),ଅଧିବକ୍ତା ଅଗଣି ଯେନା,ଶାନ୍ତିଲତା ବାରିକ୍‌,ପୁମୁଖ ନଶା ନିବାରଣ ପାଇ ଗ୍ରାମରେ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ ଶେଷରେ ଡାକ୍ତର ଭାଗବତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.