Home ଜିଲ୍ଲା ପରିକ୍ରମା ବିଶିଷ୍ଟ କବି କମଳାକାନ୍ତଙ୍କ ୨୪ତମ ଶ୍ରାଦ୍ଧୋତ୍ସବ

ବିଶିଷ୍ଟ କବି କମଳାକାନ୍ତଙ୍କ ୨୪ତମ ଶ୍ରାଦ୍ଧୋତ୍ସବ

29

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହୋଟେଲ ଯୋଶଦା ସଭାଗୃହରେ ବିଶିଷ୍ଟ କବି କମଳାକାନ୍ତଙ୍କ ୨୪ତମ ଶ୍ରାଦ୍ଧତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସଭାପତି ଭାବେ ଗାଳ୍ପିକ ରଜନୀକାନ୍ତ ମହାନ୍ତି, ଅନୁକାବିକା ଡ. ଶକୁନ୍ତଳା ବଳିୟାର ସିଂ ଉଦ୍‌ଘାଟକ ଓ ପୁସ୍ତକ ଉନ୍ମୋଚକ ଡ. ଗୋଲକ ବିହାରୀ ସାହୁ ମୁଖ୍ୟ ଅତିଥି ଓ ଉନ୍ମୋଚକ, ଅନ୍ୟତମ ସମ୍ମାନିତ ଅତିଥି ଗାଳ୍ପିକ ପ୍ରକାଶକ ପ୍ରକାଶ ମହାପାତ୍ର, ଷ୍ରୀଯୁକ୍ତ ଅଜୟ ନାୟକ ସମ୍ମାନିତବକ୍ତା ଭାବେ ଯୋଗ ଦେଇଥିଲେ । ମଂଚ ଆହ୍ୱାନ କରିଥିଲେ କବି ଚ୍ରେତାଳି ଖିଲାର, ଅତିଥି ପରିଚୟ କରିଥିଲେ ଡ. କବି ଅବନି ପ୍ରଧାନ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ କବି କମଳାକାନ୍ତଙ୍କ ସୁପୁତ୍ର କବି ଶୀତାଂଶୁ ଲେଙ୍କା, ଧନ୍ୟବାଦ ଦେଇଥିଲେ କବି ସଂପାଦକ ପ୍ରଦୀପ୍ତ ମହାନ୍ତି । କବି କମଳାକାନ୍ତ ସାହିତ୍ୟ ସମାଜ ଆନୁକୁଲ୍ୟରେ ଡ. ରାଧାବିନୋଦ ନାୟକ, କବି କମଳାକାନ୍ତ ଲେଙ୍କା, କବି ସୋମନାଥ ଓଝା, କବି ଅକ୍ଷୟ କୁମାର ଜେନାଙ୍କ ପୁସ୍ତକ ଉନ୍ମୋଚନ ହୋଇଥିଲା । ଏହି ସାହିତ୍ୟ ସଭାରେ ବହୁ ବିଶିଷ୍ଟ କବି ଓ କବୟତ୍ରୀ ତଥା ଲେଖକ ମାନେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.