ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୭୭ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ବିଜୁ ସ୍ମୃତି କମିଟି ପକ୍ଷରୁ ଭଦ୍ରକରେ ମେଡ଼ିକାଲ କଳେଜ ପ୍ରତିଷ୍ଠା ଦାବୀ ନେଇ ସମଗ୍ର ଜିଲ୍ଳା ବ୍ୟାପୀ ପଦଯାତ୍ରା ମାଧ୍ୟମରେ ଆନ୍ଦୋଳନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ସ୍ମୃତି କମିଟି ସଭାପତି ଆଇନଜୀବୀ ଅମିତାବାଳା ଆଚାର୍ଯ୍ୟ ପତାକା ଉତ୍ତୋଳନ କରିଥିଲେ । ଉତ୍ସବରେ ଅତିଥି ଭାବେ ଡାକ୍ତର ବରିନାରାୟଣ ମହାପାତ୍ର, କୁସୁମ ମଞ୍ଜରୀ ଦାସ, ସେକ୍ ଇଫ୍ତାର, କୈଳାସ ଜେନା ପ୍ରମୁଖ ଯୋଗ ଦେଇ ବିଭିନ୍ନ ମହାପୁରୁଷଙ୍କ ଭାରତ ସ୍ୱାଧୀନତା ଆନ୍ଦୋଳନ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ଆଇନଜୀବୀ ଗିରିଧାରୀ ନାଥ ଯୋଗ ଦେଇ ଭାରତର ସମ୍ବିଧାନର ରକ୍ଷା ପାଇଁ ସାମଗ୍ରୀକ ଚେଷ୍ଟାର ଆବଶ୍ୟକତା ରହିଥିବା ପ୍ରକାଶ କରିଥିଲେ । ସ୍ମୃତି କମିଟିର ସମ୍ପାଦକ ଅଧିବକ୍ତା କୁଳମଣି ବେହେରା ଭାରତୀୟଙ୍କ ମଧ୍ୟରେ ଏବେ ବି ପ୍ରକୃତ ସ୍ୱାଧନତା ଅନୁଭବ ହୋଇ ନାହିଁ ବୋଲି କହିଥିବା ବେଳେ ବରେଣ୍ୟ ଅତିଥି ଅଧିବକ୍ତା ଅଗଣି ଚରଣ ଜେନା ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଭାରତ ପ୍ରତି ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଭଦ୍ରକରେ ଏକ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବାକୁ ଅନୁରୋଧ କରଯିବା ସହ ଭଦ୍ରକର ନେୃତମଣ୍ଡଳୀଙ୍କ ଆନ୍ତରିକ୍ତାର ଅଭାବକୁ ନେଇ ଉଦ୍ବେଗ ପ୍ରକଟ କରାଯାଇଥିଲା । ଶେଷରେ କୈଳାସ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।