Home ଜିଲ୍ଲା ପରିକ୍ରମା ସ୍ୱାଧୀନତା ଟ୍ରଷ୍ଟ କମିଟି କଲେଇ ପକ୍ଷରୁ ବିଧାୟକଙ୍କ ପତାକା ଉତ୍ତୋଳନ ଓ ସମ୍ବର୍ଦ୍ଧନା

ସ୍ୱାଧୀନତା ଟ୍ରଷ୍ଟ କମିଟି କଲେଇ ପକ୍ଷରୁ ବିଧାୟକଙ୍କ ପତାକା ଉତ୍ତୋଳନ ଓ ସମ୍ବର୍ଦ୍ଧନା

30

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଦିବଂଗତ ହୃଦାନନ୍ଦ ରାଉତ ନିଜ ଜୀବଦ୍ଦଶାରେ ଭିକ୍ଷାବୃତ୍ତି କରି ଦୀର୍ଘ ୭୫ ବର୍ଷ ଧରି ଆମ ଦେଶର ସ୍ୱାଧୀନତା ଦିବସକୁ ଯେଭଳି ରାଜ୍ୟସ୍ତରୀୟ ପାଳନ କରିଆସୁଥିଲେ, ତାହା ତାଙ୍କୁ ଆଜି ଅମର କରି ରଖିବ । ଏବଂ ସେ ଭଦ୍ରକ ଜିଲା ସମେତ ଯେଭଳି ରାଜ୍ୟସ୍ତରର କୃତି ପ୍ରତିଭାମାନଙ୍କୁ ବଣମଲ୍ଲୀ ପରି ସାଉଁଟି ପୁରସ୍କୃତ କରାଉଥିଲେ, ତାହାକୁ ଆଜିର ଯୁବ ପିଢି ପାଥେୟ କରିବା ଉଚିତ୍ ବୋଲି ସ୍ୱାଧୀନତା ଉତ୍ସବ ଟ୍ରଷ୍ଟ କମିଟି କଲେଇ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । କ୍ଷେତ୍ରବାସୀ ହାଇସ୍କୁଲ ପରିସରରେ ଆୟୋଜିତ ଏହି ଉତ୍ସବରେ ପ୍ରଧାନ ଶିକ୍ଷକ ଭୀମଚରଣ ପରିଡା ପରିଚାଳନା କରିଥିବାବେଳେ ଶିକ୍ଷାବିତ୍ ବାବୁଲା ରାଉତ ଉତ୍ସବର ସଂଚାଳନା କରିଥିଲେ । ବିଧାୟକ ସଂଜୀବ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ ପୂର୍ବକ ଆମ ଦେଶ ସ୍ୱାଧୀନ ହେବାରେ ମହାପୁରୁଷମାନଙ୍କ ବଳିଦାନକୁ ମନେ ପକାଇଥିଲେ ।

ସମ୍ମାନିତ ଅତିଥି ଭାବେ ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ଗ୍ରାମାଞ୍ଚଳ ଥାନା ଅଧିକାରୀ ଅମିତାଭ ଦାସ, ଜିଲା ପରିଷଦ ସଭ୍ୟ ମଳୟ ଜେନା, ବିଜେଡି ଜିଲା ସାଧାରଣ ସଂପାଦକ ପ୍ରଭାତ କୁମାର ଜେନା, ସ୍ଥାନୀୟ ସରପଞ୍ଚ ନିରଞ୍ଜନ ମଲ୍ଲିକ, ଜିଲା ଯୁବ ସଂପାଦକ ତାପସ ରାୟ, ପ୍ରଦୀପ ମହାନ୍ତି, ଉଚ୍ଚ ନ୍ୟାୟାଳୟର ଅଧିବକ୍ତା ଅମ୍ବୁଜ କୁମାର ପରିଡା, ପୂର୍ବତନ ସମିତିସଭ୍ୟ ନିତ୍ୟାନନ୍ଦ ବେହେରା, ନାଟ୍ୟଶ୍ରୀ ନିର୍ମଳ ରାଉତ, ସୁନୀଲ ଲେଙ୍କା, କ୍ଷୀରୋଦ ସେଠୀ, ମହେନ୍ଦ୍ର ମଲ୍ଲିକ, ଗଜେନ୍ଦ୍ର ଜେନା, ଗୌରଗୋପାଳ ଜେନା, ନିତ୍ୟାନନ୍ଦ ମଲ୍ଳିକ,ରଙ୍କଚରଣ ଜେନା, ପ୍ରସନ୍ନ ପ୍ରଧାନ, ମହେଶ୍ୱର ଲେଙ୍କା, କୃଷ୍ଣଚନ୍ଦ୍ର ବେହେରା, କାହ୍ନୁଚରଣ ସାହୁ, ଜଗନ୍ନାଥ ରାୟ ଓ ପୁରସ୍ତମ ସାହୁ ପ୍ରମୁଖ ଯୋଗଦେଇ ଦିବଂଗତ ହୃଦାନନ୍ଦ ରାଉତଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ଡ. ହରିହର ନାୟକ, ପାର୍ଥସାରଥୀ ନାୟକ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ମଲ୍ଲିକ, ରଙ୍କଚରଣ ଜେନା, ନୃତ୍ୟଶିଳ୍ପୀ ଅର୍ପିତା ହୋତା, ବନିତା ମହାରଣା, ଅଭିନେତ୍ରୀ ସଂଗୀତା ଦାସ, କଣ୍ଠଶିଳ୍ପୀ ଚିନ୍ମୟ ଜେନା, ବିଦ୍ୟାଧର ପରିଡା, ସୁବାଷ ନାୟକ, ୰ ବାଙ୍କବିହାରୀ ପାତ୍ର, ଶ୍ରେଷ୍ଠ ଚାଷୀ ହୃଷିକେଶ ବେହେରା, ଶତାୟୁ ପୁରୁଷ ରାମଚନ୍ଦ୍ର ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ସ୍ଥାନୀୟ ୫ଟି ବିଦ୍ୟାଳୟର ମାଟ୍ରିକ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ୫ ଜଣ ଛାତ୍ର ଓ ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ୨୫ ଜଣ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.