ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ବନ୍ୟାଜଳ ସୁଅ ମୁହଁରେ ଥିବା ଷୋଳମପୁର ପଞ୍ଚାୟତର ସମସ୍ତ ଗ୍ରାମ ବନ୍ୟାରେ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ଏଭଳି ସମୟରେ ମଣିନାଥପୁର ଗୋପବନ୍ଧୁ ଯୁବକ ସଂଘର ପିଲାମାନେ ଚୁଡା, ମୁଢି, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ମଣିନାଥପୁର, ମୁଢାପଦା, ତିଖିଲିଆ ସମେତ ଜଳଘେରରେ ବିଭିନ୍ନ ଗ୍ରାମବାସୀଙ୍କୁ ବିତରଣ କରିଥିବା ଜଣାଯାଇଛି । ସଂଘର ସଦସ୍ୟମାନେ ବିଭିନ୍ନ ଦଳରେ ବିଭକ୍ତ ହୋଇ ବିପନ୍ନଙ୍କ ନିକଟରେ ପହଞ୍ôଚବା ସହ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିବା ଜଣାଯାଇଛି । ଆଗାମୀ ଶୁକ୍ରବାର ଏହି କାର୍ଯ୍ୟ ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।