Home ଜିଲ୍ଲା ପରିକ୍ରମା ପୁତୁରାର ରଡ ମାଡରେ ବଡ ମା ଗୁରୁତର, କଟକ ସ୍ଥାନାନ୍ତରିତ

ପୁତୁରାର ରଡ ମାଡରେ ବଡ ମା ଗୁରୁତର, କଟକ ସ୍ଥାନାନ୍ତରିତ

33

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାଂଶଡା ଥାନା ଅଧିନସ୍ଥ ଘଂଟେଶ୍ୱର ଫାଣ୍ଡି ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗୋଟିଏ ପରିବାରର ପୁତୁରାର ରଡ ମାଡରେ ବଡ ମା ଗୁରୁତର ହୋଇ ପଡିଥିବା ବେଳେ ସେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି ।ପ୍ରାପ୍ତ ଘଟଣାରୁ ଜଣାଯାଇଛି ବଜରାପୁର ଗ୍ରାମର ଜମିବାଡି ଭାଗବଂଟାକୁ ନେଇ ଶଶଧର ଶତପଥି ଏବଂ ପ୍ରଭାକର ଶତପଥିଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଆଜି ପ୍ରଭାକର ଶତପଥିଙ୍କ ସ୍ତ୍ରୀ ଛାୟାମଣି ଏକା ଘରେ ଥିବା ବେଳେ ଶଶଧର ଙ୍କ ସାନପୁଅ ରାଜିବ ଆସି ଗୋଟିଏ ଲୁହା ରଡ ସାହାଯ୍ୟରେ ଅତି ନୃଶଂସ ଭାବେ ବେକ, ଛାତି ଏବଂ ନାକରେ ଆଘାତ ଦେଇଥିଲା । ଛାୟାମଣିଙ୍କ ଚିତ୍କାର ଶୁଣି ପାଖ ପଡୋଶୀ ମାନେ ଆସି ଘଟଣାସ୍ଥଳରେ ପହଂଚିଯିବାରୁ ରାଜିବ ସେହି ସ୍ଥାନ ଛାଡି ଚାଲିଯାଇଥିଲା । ପରେ ଆମ୍ବୁଲାନ୍ସ ଯୋଗେ ଛାୟାମଣୀଙ୍କୁ ପ୍ରଥମେ ଭଦ୍ରକ ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଆକ୍ରମଣକାରୀ ରାଜିବକୁ ପୁଲିସ ଅଟକ ରଖିଥିବା ଜଣାଯାଇଛି । ଏ ନେଇ ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇ ନଥିବା ବେଳେ ସଂପୃକ୍ତ ରାଜିବଙ୍କ ମୁଣ୍ଡ ଦୋଷ ଅଛି ବୋଲି ପୁଲିସ ନିକଟରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.