Home ଜିଲ୍ଲା ପରିକ୍ରମା ହାଟଡିହି କେନାଲବନ୍ଧ ରାସ୍ତା ବିପର୍ଯ୍ୟସ୍ତ

ହାଟଡିହି କେନାଲବନ୍ଧ ରାସ୍ତା ବିପର୍ଯ୍ୟସ୍ତ

25

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଜଳସଂପଦ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ନିକଟସ୍ଥ ହାଟଡିହି ଗ୍ରାମକୁ ସଂଯୋଗ କରୁଥିବା ୩ ନଂ ହାଇଲେବୁଲ କେନାଲ ବନ୍ଧ ରାସ୍ତା ମରାମତି ଅଭାବରୁ ବିପର୍ଯ୍ୟସ୍ତ ହୋଇପଡିଛି । ଗାଁ ମୁଣ୍ଡ ଠାରୁ ଜଳସଂପଦ ବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ଦୈର୍ଘ୍ୟ ପ୍ରାୟ ୧ କିମି ହୋଇଥିବାବେଳେ ଦୀର୍ଘବର୍ଷ ହେବ ଏହାର ରକ୍ଷଣାବେକ୍ଷଣ ହୋଇନାହିଁ । ପ୍ରଥମେ ମାଟି ଓ ପରେ ଏହା ଉପରେ ମୋରମ୍ ବିଛାଯାଇ କେନାଲ ବନ୍ଧକୁ ଯାତାୟତ ଉପଯୋଗୀ କରାଯାଇଥିଲା । ଯେଉଁଥିପାଇଁ କଚ୍ଚା ରାସ୍ତା ଉପରେ ସାଧାରଣ ଲୋକେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ୨୦୧୬ ମସିହାରେ ଜଳସଂପଦ ବିଭାଗ ପକ୍ଷରୁ କେନାଲ ଡାହାଣ ପାଶ୍ୱର୍ ଯାତାୟତ ପଥର ନବୀକରଣ କାର୍ଯ୍ୟ ହୋଇଥିବାବେଳେ ସଂପୂର୍ଣ୍ଣ ଅନୁଦାନରୁ କିଛି ଅଂଶ ଉକ୍ତ ଏକ କିଲୋମିଟର ରାସ୍ତା ପାଇଁ ଖର୍ଚ୍ଚ ହୋଇଥିଲା । ଠିକାସଂସ୍ଥା ଅତି ମନମୁଖୀ ଭାବେ ହାଟଡିହି ଗ୍ରାମବାସୀଙ୍କ ଯାତାୟତ ପାଇଁ କେନାଲର ବାମପାଶ୍ୱର୍ରେ ପିଚୁ ରାସ୍ତା ନିର୍ମାଣ କରିଥିଲା । ବନ୍ଧ ଉପରେ କୌଣସି ଭାରିଯାନ ଚଳାଚଳ କରୁନଥିବା ସତ୍ୱେ ଏହି ରାସ୍ତା ନିର୍ମାଣର ମାତ୍ର କେଇମାସ ମଧ୍ୟରେ ରାସ୍ତା ଫାଟି ଆଁ କରିଥିଲା । ଫଳରେ ସାଇକେଲ, ମୋଟର ସାଇକେଲ୍ ତ ଦୂରର କଥା ସେହି ଏକ କିଲୋମିଟର ରାସ୍ତାରେ ଚାଲି ଚାଲି ଯିବା ସ୍ଥାନୀୟ ଲୋକଙ୍କ ପାଇଁ ଏବେ କଷ୍ଟକର ହୋଇପଡୁଛି । ପ୍ରାୟ ୪ ବର୍ଷ ହେବ ନିର୍ମାଣାଧୀନ ଏହି ପିଚୁ ରାସ୍ତାଟି ନଷ୍ଟ ହୋଇଯାଇଥିବାବେଳେ ଅନେକ ସ୍ଥାନରେ ବଡ ବଡ ଗର୍ତ୍ତ ମଧ୍ୟ ସୃଷ୍ଟି ହୋଇଛି । ରାସ୍ତା ମରାମତି ପାଇଁ ଗ୍ରାମବାସୀମାନେ ବାରମ୍ବାର ବିଭାଗୀୟ ଯନ୍ତ୍ରୀଙ୍କୁ ନିବେଦନ କରିଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନାହାଁନ୍ତି । ଦ୍ୱୀପ ତଳ ଅନ୍ଧାର ଭଳି ଜଳସଂପଦ ବିଭାଗ କାର୍ଯ୍ୟାଳୟ ସଂଲଗ୍ନ ଉକ୍ତ କେନାଲ ରାସ୍ତାର ଅବସ୍ଥା ଯଦି ଏହିଭଳି ହୁଏ, ତେବେ ଦୂରରେ ଥିବା ଅନ୍ୟ କେନାଲବନ୍ଧ ରାସ୍ତାଗୁଡିକ କିଭଳି ଥିବ, ଏହା ଏଥିରୁ ସ୍ପଷ୍ଟ ଅନୁମେୟ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.