Home ଜିଲ୍ଲା ପରିକ୍ରମା କବି ବିଶ୍ୱନାଥ ବାରିକଙ୍କ କବିତା ସଂକଳନ ‘ଅପରାହ୍‌ଣର ଛାଇ’ ଲୋକାର୍ପିତ, କବିତାର ଅନ୍ତର୍ନିହିତ ସ୍ୱର ସାମୁଦ୍ରିକ...

କବି ବିଶ୍ୱନାଥ ବାରିକଙ୍କ କବିତା ସଂକଳନ ‘ଅପରାହ୍‌ଣର ଛାଇ’ ଲୋକାର୍ପିତ, କବିତାର ଅନ୍ତର୍ନିହିତ ସ୍ୱର ସାମୁଦ୍ରିକ ହେଲେ ହୃଦୟସ୍ପର୍ଶୀ ହୋଇପାରେ

36

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ତାଳପଦା ପଞ୍ଚାୟତ ଅଧୀନ ଔପାଳ ଗ୍ରାମର କବି ବିଶ୍ୱନାଥ ବାରିକଙ୍କ କବିତା ସଂକଳନ ‘ଅପରାହ୍‌ଣର ଛାଇ’ ଶନିବାର ସଦାନନ୍ଦପୁର ନୋଡାଲ ସ୍କୁଲ ପରିସର ମଧ୍ୟରେ ଲୋକାର୍ପଣ ହୋଇଯାଇଛି । ଏହି ଅବସରରେ ‘ସଂକ୍ରାନ୍ତି ସାହିତ୍ୟ ସନ୍ଧ୍ୟା’ ଆୟୋଜନରେ ଅନୁଷ୍ଠିତ ସଭାରେ କବି ଓ ରାଜନେତା ଦୀନବନ୍ଧୁ ପତି ପୌରୋହିତ୍ୟ କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର ତଥା ‘ନିତିଦିନ’ର ସମ୍ପାଦକ ମନୋଜ କୁମାର ମହାପାତ୍ର, ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ହୃଦାନନ୍ଦ ପାଣିଗ୍ରାହୀ, ବରେଣ୍ୟ ଅତିଥି ଭାବେ ତିହିଡ଼ି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ଆଲୋଚକ ଡ. ଲକ୍ଷ୍ମୀଧର ତ୍ରିପାଠୀ, କବି ସଂଜିତ୍ କୁମାର ବଳ, କବି ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ କବିତାର ଅନ୍ତର୍ନିହିତ ସ୍ୱର ସାମୁଦ୍ରିକ ହେଲେ କବିତା ହୃଦୟସ୍ପର୍ଶୀ ହୋଇପାରେ ବୋଲି କହିଥିଲେ । ସଂକ୍ରାନ୍ତି ସାହିତ୍ୟ ସଂନ୍ଧ୍ୟାର ସମ୍ପାଦକ ପଣ୍ଡିତ ଦୈତାରୀ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଧ୍ୟାପକ ଦେବେନ୍ଦ୍ର କୁମାର ଉଦ୍‌ଗାତା ବେଦପାଠ କରିଥିଲେ ।

ଏହି ଅବସରରେ କବୟତ୍ରୀ ତଥା ପ୍ରବଚିକା ବିଶ୍ୱମୈତ୍ରୀ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ କବି ବସନ୍ତ ଦାସ, ନୀଳମାଧବ ସେନାପତି, ସନ୍ନ୍ୟାସୀ ବ୍ରହ୍ମ, ଦୈତାରୀ ଜେନା, ସୁଧାରଂଜନ ମହାନ୍ତି, ଆଶୁତୋଷ କରଣ, ସୁବାସ ମହାନ୍ତି, ପ୍ରଶାନ୍ତ ବାରିକ ପ୍ରମୁଖ କବିତା ପାଠ କରିଥିଲେ । ସଂକ୍ରାନ୍ତି ସାହିତ୍ୟ ସନ୍ଧ୍ୟାର ଯୁଗ୍ମସମ୍ପାଦକ ବିଶ୍ୱଜିତ୍ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଶ୍ରୀଧର ନାଥ, କିରଣ ଚନ୍ଦ୍ର ଗୁଇଁ, ପ୍ରଧାନଶିକ୍ଷକ ପ୍ରଦୀପ କୁମାର ବାରିକ, ଗିତାଂଜଳି ନାୟକ, କ୍ଷୀରୋଦିନୀ ପାଢ଼ୀ, ଅଜୟ କୁମାର ଖୁଣ୍ଟିଆ, ଅଶୋକ କୁମାର ମହାନ୍ତି, ଦୁର୍ଗା ପାଣିଗ୍ରାହୀ ମିଲି ସାମଲ, ଶଶଧର ଓଝା, ଦିଲୀପ ଓଝା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । କବିପତ୍ନୀ ଉଜ୍ୱଳା ମଂଜରୀ ବାରିକ, ଭାଇ ଶୁଭବ୍ରତ ବାରିକ ଓ ଦେବବ୍ରତ ବାରିକ, ଧନେଶ୍ୱର ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.