Home ଜିଲ୍ଲା ପରିକ୍ରମା ‘ବୈଦ୍ୟୁତିକ ସାକ୍ଷ୍ୟ ଓ ସାକ୍ଷ୍ୟ ପ୍ରମାଣ ଆଇନ୍ ଅନୁସାରେ ଗ୍ରହଣୀୟ କି’ ଆଲୋଚନା ଚକ୍ର

‘ବୈଦ୍ୟୁତିକ ସାକ୍ଷ୍ୟ ଓ ସାକ୍ଷ୍ୟ ପ୍ରମାଣ ଆଇନ୍ ଅନୁସାରେ ଗ୍ରହଣୀୟ କି’ ଆଲୋଚନା ଚକ୍ର

21

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା କୋର୍ଟ ପରିସରରେ ଗତକାଲି ଓକିଲ ସଂଘ ସଭାପତି ଆଇନ୍‌ଜୀବୀ ନିରାକାର ଜେନାଙ୍କ ସଭାପତିତ୍ୱରେ ଓକିଲ ସଂଘ ଓ ବିଚାରପତିମାନଙ୍କୁ ନେଇ ‘ବୈଦ୍ୟୁତିକ ସାକ୍ଷ୍ୟ ଓ ସାକ୍ଷ୍ୟ ପ୍ରମାଣ ଆଇନ୍ ଅନୁସାରେ ଗ୍ରହଣୀୟ କି’ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଅଧିବକ୍ତା ଅରୁଣ ଚାନ୍ଦ, ଯତିକାନ୍ତ ନାୟକ, ଦିବ୍ୟସିଂହ ନାୟକ, ଗିରିଧାରୀ ନାଥ, ପବନ ଶର୍ମା, ନାରାୟଣ ମହାପାତ୍ର, ଅଜୟ ପାତ୍ର ଓ ବିଚାରପତିମାନଙ୍କ ମଧ୍ୟରୁ ଅତିରିକ୍ତ ଜିଲା ଜଜ୍ ଆଶିଷ କୁମାର ତ୍ରିପାଠୀ, ମୁକ୍ତିକାନ୍ତ ଶତପଥୀ, ମଂଜୁଲତା ପାଣି, ସିଭିଲ୍ ଜଜ୍ ନିଲୋଫର ଅଂଶ ଗ୍ରହଣ କରିଥିଲେ । ଏହାପୂର୍ବରୁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଜି.ଏସ୍‌. ବାଗ୍ ବୈଦ୍ୟୁତିକ ସାକ୍ଷ୍ୟକୁ ଭାରତୀୟ ସାକ୍ଷ୍ୟ ପ୍ରମାଣ ଆଇନ୍ ଅନୁଯାୟୀ ବିଚାର ବିଭାଗୀୟ ପଦାଧିକାରୀମାନେ ଗ୍ରହଣ କରିବା ପାଇଁ ଆଇ.ଟି ଆକ୍ଟରେ ଥିବା ବିଧି ବ୍ୟବସ୍ଥା ଗୁଡିକ ଉପରେ ଆଲୋକପାତ କରିଥିଲେ । ଉଦାହରଣ ସ୍ୱରୂପ ମହାମାନ୍ୟ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଯ୍ୟାସ ସଂପର୍କରେ ଅଂଶଗ୍ରହଣ କରି ମତାମତ ରଖିଥିଲେ । ମାନ୍ୟବର ଜିଲାଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ ତାଙ୍କ ଭାଷଣରେ ଇ.ଟି. ଆକ୍ଟ ଭାରତୀୟ ପିଙ୍ଗଳକୋର୍ଡର ଧାରା ୨୯ ଏହା ମଧ୍ୟରେ ସଂଶୋଧନ କରାଯାଇଛି । ନ୍ୟାୟିକ ବ୍ୟବସ୍ଥାରେ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ଦେବାପାଇଁ ମାନ୍ୟବର ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିନିମନ୍ତେ ଆଇନ୍‌ଜୀବୀ ବିଚାରପତିମାନେ ଏହି ସମୟରେ ଗୁରୁ ଦାୟିତ୍ୱ ତୁଲାଇଥିଲେ । ଫଳରେ ଦେଶବାସୀ ତ୍ୱରିତ ପାଇପାରିବେ ବୋଲି ସମସ୍ତଙ୍କୁ ନିବେଦନ କରିଥିଲେ । ସଭାପତି ନିରାକାର ଜେନା ଏହି ଆଇନ୍‌ରେ ଥିବା ସମସ୍ତ ଦୋଷ ଦୁର୍ବଳତା ସତ୍ୱେ ତ୍ୱରିତ ନ୍ୟାୟ ପାଇଁ ସମସ୍ତଙ୍କୁ ଏକଜୁଟ ହେବାପାଇଁ ନିବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.