Home ଜିଲ୍ଲା ପରିକ୍ରମା ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତି ତାଲା ଖୋଲିବା ପାଇଁ ଅନଶନ

ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତି ତାଲା ଖୋଲିବା ପାଇଁ ଅନଶନ

17

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘଦିନ ଧରି ବିବାଦ ଘେରରେ ଥିବା ତିହଡି ବ୍ଲକ୍ ଅଧୀନସ୍ଥ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତି ତାଲା ଖୋଲିବା ପାଇଁ ଆଜି ସେବା ସମବାୟ ସମିତିର ସଦସ୍ୟା ଚାଷୀମାନେ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଅନଶନ କରିଛନ୍ତି । ଅତିରିକ୍ତ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । ଦାବିପତ୍ରରେ ଦର୍ଶାଇଛନ୍ତି ଯେ ଗତ ୨୩.୩.୨୩ ତାରିଖରୁ ସମିତିର ସଂପାଦକ କାଳନ୍ଦୀ ଚରଣ ଦାସଙ୍କୁ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ବୋର୍ଡ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲା । ତାଙ୍କ ସ୍ଥାନରେ ଅଶୋକ କୁମାର ପଣ୍ଡାଙ୍କୁ ଚିଠି ନଂ ବିବିସିସିବି/୨୦୩୬/୨୦୨୩, ୧୯.୬.୨୩ ତାରିଖରେ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଥିଲା । ଶ୍ରୀ ପଣ୍ଡା ଗତ ତା ୦୬.୭.୨୩ ରିଖରେ କାର୍ଯ୍ୟରେ ଯୋଗଦେବା ପାଇଁ ଏଆରସିଏସ୍‌, ଭଦ୍ରକ ଓ ତିହିଡି ସମବାୟ ସମିତି ଶାଖା ପରିଚାଳକଙ୍କ ସହିତ ଶ୍ୟାମସୁନ୍ଦରପୁର ସମବାୟ ସମିତିକୁ ଯାଉଥିବାବେଳେ ବାଟରେ ନିଲମ୍ବିତ ସଂପାଦକ ଶ୍ରୀ ଦାସ ଏବଂ ଲେଜର କ୍ଲକ୍‌ର୍ ପାଣ୍ଡବ ଚରଣ ମଳିକ ଓ ତାଙ୍କ ସହ ଅନ୍ୟ କେତେକ ଅସାମାଜିକ ବ୍ୟକ୍ତି କାଁପଡା ତୋଟାଛକ ଠାରେ ଶ୍ରୀ ପଣ୍ଡାଙ୍କୁ ମାରଧର କରିବା ସହ ଅଫିସରମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଫେରାଇ ଦେଇଥିଲେ । ଅଫିସରମାନେ ତିହିଡିରୁ ପୀରହାଟ ପୁଲିସ୍ ଏବଂ ତିହିଡି ପୁଲିସ୍ ସହାୟତାରେ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତିରେ ପହଞ୍ôଚଥିଲେ । ପହଞ୍ôଚବା ପରେ ଦେଖିଲେ ଯେ ଶ୍ୟାମସୁନ୍ଦରପୁର ସମିତିରେ ତାଲା ଝୁଲୁଛି । ଏଆରସିଏସ୍ ଶ୍ରୀ ପଣ୍ଡାଙ୍କୁ ସଭାପତିଙ୍କ ଠାରେ କାର୍ଯ୍ୟରେ ଯୋଗଦାନ କରାଇଥିଲେ ।

ଅଫିସରମାନେ ଲେଜର କ୍ଲକ୍‌ର୍ ଶ୍ରୀ ମଳିକଙ୍କୁ ଅଫିସ୍ ଖୋଲିବା ପାଇଁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ । ସେହିଦିନ ଠାରୁ ଆଜିପର୍ଯ୍ୟନ୍ତ ଅଫିସ୍‌ରେ ତାଲା ଝୁଲୁଅଛି । ନିଲମ୍ବିତ ସଂପାଦକ ଶ୍ରୀ ଦାସ ଅଫିସ୍ ତାଲା ଖୋଲୁନାହାଁନ୍ତି କି ରେକର୍ଡପତ୍ର ନୂଆ ସଂପାଦକଙ୍କୁ ହସ୍ତାନ୍ତର କରୁନାହାଁନ୍ତି । ସମବାୟ ସମିତିର ଏଭଳି ଅଚଳାବସ୍ଥା ଯୋଗୁଁ ଚାଷୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଋଣ ନେଣଦେଣ କରିପାରୁନାହାଁନ୍ତି । ଋଣ ନବୀକରଣ ହୋଇପାରୁନାହିଁ । ଧାନ ଅନଲାଇନ୍ କରିପାରୁନାହାଁନ୍ତି ବୋଲି ସମବାୟ ସମିତିର ସଦସ୍ୟମାନେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ସମବାୟ ସମିତିର ତାଲା ଖୋଲିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସଂଗେ ସଂଗେ ନିଲମ୍ବିତ ସଂପାଦକଙ୍କ ଠାରୁ ସମସ୍ତ ରେକର୍ଡପତ୍ର ଉଦ୍ଧାର କରି ଶ୍ରୀ ପଣ୍ଡାଙ୍କୁ ହସ୍ତାନ୍ତର କରାଯିବା ପାଇଁ ସଦସ୍ୟ ଓ ଚାଷୀମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି । ଏହି ଅନଶନରେ ସମବାୟ ସମିତିର ସଭାପତି ଭୀମସେନ ପ୍ରଧାନ, ଉପସଭାପତି କବିତା ଦାସ, ବୋର୍ଡ ସଦସ୍ୟ ସଂଜୟ କୁମାର ନାୟକ, ଭୀମସେନ ମଳିକ, ସୁଦର୍ଶନ ବେହେରା, ସୁଧାକର ପରିଡା, ସୁମିତ୍ରା ଦାସ, ଆଦିକନ୍ଦ ବାରିକ, ଉଦୟନାଥ ଦାସ ଓ ଚାଷୀ ଭୀମସେନ ବାରିକ, ପ୍ରଦୀପ ପରିଡା, ଅଶୋକ ମଳିକ, ଅଜୟ ରାଉତ, ସଦାଶିବ ଲେଙ୍କା ପ୍ରମୁଖ ସାମିଲ ଥିଲେ । ଏହି ଆନ୍ଦୋଳନକୁ ଓଡ଼ିଶା କୃଷକ ସଭାର ଜିଲା ସଭାପତି ଚନ୍ଦ୍ରଶେଖର ନାୟକ ସମର୍ଥନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.