Home ଜିଲ୍ଲା ପରିକ୍ରମା ସର୍ବଭାରତୀୟ ଡିଲର୍ସ ଫେଡେରେସନ ଭଦ୍ରକ ଶାଖା ପକ୍ଷରୁ ଦାବିପତ୍ର

ସର୍ବଭାରତୀୟ ଡିଲର୍ସ ଫେଡେରେସନ ଭଦ୍ରକ ଶାଖା ପକ୍ଷରୁ ଦାବିପତ୍ର

28

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଲ୍ ଇଣ୍ଡିଆ ଫେୟାର ପ୍ରାଇସ୍ ସପ୍ ଡିଲର୍ସ ଫେଡେରେସନ ଓଡ଼ିଶା ଶାଖା ତରଫରୁ ୫ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜିଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଫେଡେରେସନ୍ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଓଡ଼ିଶାରେ କାର୍ଯ୍ୟରତ ଖାଉଟି ସାମଗ୍ରୀ ବଣ୍ଟନରେ ନିୟୋଜିତ ଥିବା ରିଟେଲର ଦୀର୍ଘବର୍ଷ ହେବ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଖାଉଟି ସାମଗ୍ରୀ ରାଜ୍ୟର କୋଟି କୋଟି ପଡିକାର୍ଡଧାରୀମାନଙ୍କୁ ବଣ୍ଟନ କରିଆସୁଛନ୍ତି । ଏପରିକି କରୋନା ମହାମାରୀ ସମୟରେ ଏହି ଖୁଚୁରା ବିକ୍ରେତାମାନେ ନିଜର ତଥା ନିଜ ପରିବାରର ସଦସ୍ୟଙ୍କ ଜୀବନକୁ ବିପନ୍ନ କରି ଦୀର୍ଘ ୨୮ ମାସ ଧରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବଣ୍ଟନ କରିଥିଲେ । କେନ୍ଦ୍ର ସରକାର ଏହି ବାବଦରେ ସମସ୍ତ ପ୍ରାପ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ ମଧ୍ୟ ରିଟେଲରମାନଙ୍କୁ ୬ ମାସର ପାରିଶ୍ରମିକ ପ୍ରଦାନ କରି ଯୋଗାଣ ବିଭାଗ ହାତ ବାନ୍ଧି ବସିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର କାର୍ଯ୍ୟରତ ରିଟେଲରମାନଙ୍କୁ ବକେୟା ରହିଥିବା ଏହି ୨୮ ମାସର ପାରିଶ୍ରମିକ, ଇ-ପାସ ମେସିନ୍‌ର ବ୍ୟବହାରିକ ଖର୍ଚ୍ଚ, ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନ ବଣ୍ଟନ ବାବଦକୁ ଖର୍ଚ୍ଚ, ଫେରସ୍ତ ଅଖାର ମୂଲ୍ୟ ପ୍ରଦାନ କରାଯିବା ପାଇଁ ଦାବି କରାଯାଇଛି ।

ସେହିପରି ସାମଗ୍ରୀ ବଣ୍ଟନ ବାବଦକୁ ସମସ୍ତ ପାରିଶ୍ରମିକ ବକେୟା ନରଖି ସାମଗ୍ରୀ ବଣ୍ଟନ ଶେଷ ହେବାର ପାଞ୍ଚଦିନ ମଧ୍ୟରେ ଏକକାଳୀନ ପାରିଶ୍ରମିକ ଅର୍ଥ ପ୍ରଦାନ କରାଯିବା ପାଇଁ ଦାବି କରାଯାଇଛି । ପାରିଶ୍ରମିକ ରାଶି ବୃଦ୍ଧି କରିବା ସହ ସାମଗ୍ରୀ ପହଞ୍ôଚବା ଠାରୁ ଆରମ୍ଭ କରି ବଣ୍ଟନ ପର୍ଯ୍ୟନ୍ତ ହେଉଥିବା ନିଅଣ୍ଟ ବାବଦକୁ କ୍ୱିଣ୍ଟାଲ ପିଛା ୧ କିଲୋଗ୍ରାମ ଖାଉଟି ସାମଗ୍ରୀ ଭରଣା କରାଯିବା ପାଇଁ ଦାବି କରାଯାଇଛି । ମୃତ୍ୟୁବରଣ କରୁଥିବା ରିଟେଲରମାନଙ୍କ ଉତ୍ତରାଧିକାରୀମାନଙ୍କୁ ପୁନଃ ନିଯୁକ୍ତି କରିବା ସଂଗେ ସଂଗେ ଖୁଚୁରା ବିକ୍ରେତାମାନଙ୍କୁ ଦୋକାନ ଗୃହଭଡା, ବିଦ୍ୟୁତ୍ ଖର୍ଚ୍ଚ, ବଣ୍ଟନରେ ସହଯୋଗ, ସହାୟିକ-ସହାୟକ ମାନଙ୍କୁ ସହଯୋଗ ରାଶି ପ୍ରଦାନ କରିବା ସହ ଖୁଚୁରା ବିକ୍ରେତାମାନଙ୍କ ଜୀବନ ସୁରକ୍ଷା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପ୍ରଦାନ କରାଯିବା ସହ ୨୫ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ପ୍ରାପ୍ୟ ତୁରନ୍ତ ପ୍ରଦାନ କରାନଗଲେ ଆର୍ଥିକ ଦୃଷ୍ଟିରୁ ଆସନ୍ତା ଦିନରେ ସାମଗ୍ରୀ ବଣ୍ଟନ ବନ୍ଦ କରିବାକୁ ବାଧ୍ୟ ହେବୁ ବୋଲି ଫେଡେରେସନ ପକ୍ଷରୁ ଜିଲା ସଭାପତି ଜଗବନ୍ଧୁ ଲେଙ୍କା ଚେତାବନୀ ଦେଇଛନ୍ତି । ଅପରପକ୍ଷେ ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତି ଦାବିପତ୍ର ନେବା ସମୟରେ ଆସନ୍ତା ସାତଦିନ ମଧ୍ୟରେ ଏହାର ସୁବିଚାର କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.