ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡି.ପି.ଏଚ୍.ଓ ତଥା ଡେଜିଗ୍ନେଟଡ଼୍ ଖାଦ୍ୟ ନିରାପତ୍ତା ଅଧିକାରୀ ଡା. ଭାରତୀ ରାଉତଙ୍କ ନେତୃତ୍ୱରେ ଖାଦ୍ୟ ନିରାପତ୍ତା ଆଇନ୍ ଅବମାନନା ନେଇ ଚାନ୍ଦବାଲିର ମତୋ, ଗଦି ଅଞ୍ଚଳରେ ଧରପଗଡ଼ କରାଯାଇଛି । ବିଭିନ୍ନ ହୋଟେଲ, ମିଷ୍ଟାନ୍ନ ଭଣ୍ଡାର, ଜଳଖିଆ ଷ୍ଟଲ ଆଦିରେ ଚଢ଼ଉ କରାଯାଇ ୨୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଖାଦ୍ୟ ନିରାପତ୍ତା ଆଇନ୍ ୨୦୦୬ର ଧାରା ୬୯ ନେଇ ସଚେତନତା ପାଇଁ ପ୍ରଚାରପତ୍ର ସଂପୃକ୍ତ ଖାଦ୍ୟ ବ୍ୟବସାୟୀ ମାନଙ୍କୁ ପ୍ରଦାନ କରାଯାଇଥିଲା । ଦୁଇଜଣ ବ୍ୟବସାୟଙ୍କ ଠାରୁ ଲାବୋରେଟୋରୀ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି । ଖାଦ୍ୟ ନିରାପତ୍ତା ଅଧିକାରୀ ବିଭୁଦତ୍ତ ଦାସ ଓ ଅନ୍ୟକର୍ମଚାରୀ ଏହି ଚଢ଼ଉରେ ସାମିଲ ଥିଲେ ।