ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ରୋଢୋ ବିଦ୍ୟୁତ୍ ୩୩ କେ.ଭି. ଷ୍ଟ୍ରକଚର ଉପରେ ଉପଭୋକ୍ତାମାନେ ମନମୁଖି ବିଦ୍ୟୁତ୍ କାଟ ପ୍ରତିବାଦରେ ଗତ ଗୁରୁବାର ରାତ୍ରରେ ଚଢାଉ କରଥିବା ଜଣାଯାଇଛି । ଗତ ବୁଧବାର ରାତ୍ର ୧୧ଟା ସମୟରେ ପଟ୍ଟାପୋଲ ଠାରୁ ମଣିନାଥପୁର ପର୍ଯ୍ୟନ୍ତ ବିଦ୍ୟୁତ କାଟ ହୋଇ ଗୁରୁବାର ଭୋର ୬ଟାରେ ଯୋଗାଣ ହୋଇଥିଲା । ଏହି ସମୟରେ ୩୩ କେ.ଭି. ଶଙ୍ଖ ଫାଟି ସରବରାହ ବାଧାପ୍ରାପ୍ତ ହୋଇଛି ବୋଳି ଷ୍ଟ୍ରକଚର ପକ୍ଷରୁ ସଫେଇ ଦିଆଯାଇଥିଲା । ମାତ୍ର ଏହି ସମୟରେ ସରସଦା ଅଞ୍ଚଳରେ ଧାମନଗର ଛକ ଷ୍ଟ୍ରକଚରରୁ ବିଦ୍ୟୁତ୍ ଯୋଗାଣ ହୋଇଥିବା ସଂପୃକ୍ତ ଅଞ୍ଚଳବାସୀ ଜାଣିବାକୁ ପାଇଥିଲେ । ପୁନଶ୍ଚ ଗୁରୁବାର ରାତ୍ର ୧୧ଟାରେ ବିଦ୍ୟୁତ୍ କାଟ ହୋଇଥିଲା । ସମାନ କାରଣ ରାଢୋ ଷ୍ଟ୍ରକଚର ପକ୍ଷରୁ ଦର୍ଶାଯାଇଥିଲା । ଏହାକୁ ବିଶ୍ୱାସକୁ ନେଇନଥିଲେ ଲୋକେ । ଷ୍ଟ୍ରକଚରରେ ନିୟୋଜିତ କର୍ମଚାରୀଙ୍କ ଏହାର ସୁପରିକଳ୍ପିତ କାରସାଦି ବୋଲି ଗ୍ରହଣ କରିନେଇ ସୃଷ୍ଟି ହୋଇଥିଲଶ ଜନ ଆକ୍ରୋଶ । ସରକାର ବିଦ୍ୟୁତ କାଟ ହେବ ନାହିଁ ବୋଲି ଘୋଷଣା କରିଥିବା ବେଳେ ଅସମ୍ଭବ ଗରମ ଓ ଗୁଳୁଗୁଳିରେ ବିଦ୍ୟୁତ୍ କାଟକୁ ବରଦାସ୍ତ କରିପାରିନଥିଲେ ଲୋକେ । ବହୁ ଉପଭୋକ୍ତା ଏକତ୍ରିତ ହୋଇ ଚଢାଉ କରିଥିଲେ ରାଢୋ ଷ୍ଟ୍ରକଚର ଉପରେ । ଆକ୍ରମଣରେ ଭାଙ୍ଗିଋଜି ଯାଇଥିଲା ଷ୍ଟ୍ରକଚର ଫାଟକ ଓ କାର୍ଯ୍ୟାଳୟ ଗୃହ । ସଙ୍ଗେ ସଙ୍ଗେ ବିଦ୍ୟୁତ ଯୋଗାଣ ମଧ୍ୟ ହୋଇଥିଲା । ସୂଚନା ପାଇ ପୁଲିସ ପହଞ୍ôଚବା ବେଳକୁ କେହି ନଥିବା ଦେଖି ପୁଲିସ ଫେରିଯାଇଥିଲା ।
ବିଦ୍ୟୁତ୍ ବିଭାଗ ପକ୍ଷରୁ ଅଭିଯୋଗ: ଏହି ଘଟଣାରେ ବିଦ୍ୟୁତ ବିଭାଗ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଘଟଣା ସମ୍ପର୍କରେ ଷ୍ଟ୍ରକଚରରେ ନିୟୋଜିତ କର୍ମଚାରୀ ସ୍ମୃତିରଞ୍ଜନ ସ୍ୱାଇଁ ଓ ମୋହନ ନାୟକ ବିଭାଗୀୟ ଅଧିକାରୀଙ୍କ ନିକଟରେ ଶୁକ୍ରବାର ବିବରଣୀ ଦାଖଲ କରିବା ପରେ ବିଭାଗୀୟ ସହକାରୀ ପରିଚାଳକ ପବିତ୍ର ମୋହନ ସାହୁ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ରାଢୋ ଗ୍ରାମର ଜିତେଶ କୁମାର ନାୟକ, ନାଲୁ ରାଉତ, ରାହାଶ ବିହାରୀ ରାଉତ, ବଳରାମ ସାମଲ, ରଶ୍ମିରଞ୍ଜନ ରାଉତ, ଅର୍ଜ୍ଜୁନ ଜେନା, ବିଳାସ ଲେଙ୍କା, ବାପୁନି ରାଉତ ଅକାରଣରେ ଗଣ୍ଡଗୋଳ, ମାରଧର ଓ ଗଙ୍ଗାଋଜା କରିଥିôଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି । ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଅଭିଯୋଗ ଆଧାରରେ ପୁଲିସ ମାମଲା ଋଜୁ କରିନଥିବା ଜଣାଯାଇଛି ।