Home ଜିଲ୍ଲା ପରିକ୍ରମା ସାଳନ୍ଦୀ ଡିଗ୍ରୀ କଲେଜର ପ୍ରୋଜେକ୍ଟ ଫିକୁ ନେଇ ବିବାଦ, ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅତିରିଙ୍କ ଜିଲାପାଳଙ୍କୁ ଭେଟିଲେ

ସାଳନ୍ଦୀ ଡିଗ୍ରୀ କଲେଜର ପ୍ରୋଜେକ୍ଟ ଫିକୁ ନେଇ ବିବାଦ, ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅତିରିଙ୍କ ଜିଲାପାଳଙ୍କୁ ଭେଟିଲେ

34

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଞ୍ଚଳ ଅଧୀନ ଉତ୍ତରବାହିନୀସ୍ଥିତ ସାଳନ୍ଦୀ ଡିଗ୍ରୀ ମହାବିଦ୍ୟାଳୟରେ ପ୍ରୋଜେକ୍ଟ ଫି କୁ ନେଇ ଛାତ୍ର ଅଶାନ୍ତ ଦେଖାଦେଇଛି । ପ୍ରୋଜେକ୍ଟ ଫି ବାବଦରେ କଲେଜ କର୍ତ୍ତୃପକ୍ଷ ଅଧିକ ଅର୍ଥ ଦାବି କରୁଥିବା ନେଇ ମହାବିଦ୍ୟାଳୟର କେତେକ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅତିରିକ୍ତ ଜିଲାପାଳ ରାମଦାସ ଟୁଡୁଙ୍କୁ ଭେଟି ଆଜି ଏକ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି । ଏହି ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶ ଅନୁଯାୟୀ ପ୍ରୋଜେକ୍ଟ ଫି ବାବଦରେ ୧୦୦ ଟଙ୍କା ନେବା କଥା । କିନ୍ତୁ କଲେଜ କର୍ତ୍ତୃପକ୍ଷ ୭୦୦ ଟଙ୍କା ଆଦାୟ କରୁଛନ୍ତି । ଛାତ୍ରମାନେ ଏହି ଅନିୟମିତତା ସଂପର୍କରେ ପ୍ରତିବାଦ କରିବାରୁ ଛାତ୍ରଛାତ୍ରୀମାନଙ୍କୁ ଫେଲ ହେବାର ଧମକ ଦିଆଯାଉଛି ବୋଲି ଦାବିପତ୍ରରେ ଦର୍ଶାଯାଇଛି । ଏହି ଅନିୟମିତତା ସଂପର୍କରେ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରୁଛନ୍ତି । ଅପରପକ୍ଷରେ ସାଳନ୍ଦୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଏହି ଅଭିଯୋଗ ସଂପର୍କରେ କୁହନ୍ତି ଏ ପ୍ରକାର ଅଭିଯୋଗ ଲିଖିତ ଆକାରରେ ତାଙ୍କ ନିକଟକୁ ଆସିନାହିଁ । ତେବେ ସୋସିଆଲ ମିଡିଆରେ ଜାଣିବା ପରେ ଏହି ଅଭିଯୋଗକୁ ନେଇ ସଂପୃକ୍ତ ବିଭାଗ ଗୁଡିକର ମୁଖ୍ୟମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ବୋଲି ଅଧ୍ୟକ୍ଷା ଶ୍ରୀମତୀ ନାୟକ ଆମ ପ୍ରତିନିଧିଙ୍କୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.