ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାନ୍ଧୀ ବାଳାଶ୍ରମ, ଉତ୍କଳ ସର୍ବୋଦୟ ମଣ୍ଡଳ ଓ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ, ଭଦ୍ରକ ମିଳିତ ଆନୂକୁଲ୍ୟରେ ସମାଜସେବୀ, ଗାନ୍ଧୀବାଦୀ, ସର୍ବୋଦୟ କର୍ମୀ ନିଶାକର ଦାସଙ୍କ ଶ୍ରଦ୍ଧାଞ୍ଜଳି ଓ ସର୍ବଧର୍ମ ପ୍ରାର୍ଥନା ସଭା ଗାନ୍ଧୀ ବାଳାଶ୍ରମ ପରିସରରେ ଜିଲ୍ଲା ସର୍ବୋଦୟ ମଣ୍ଡଳର ସଭାପତି ଅମର କୁମାର ପାଣିଗ୍ରାହୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତଥି ଭାବରେ ତ୍ୟାଗଭୂମିର ସଭାପତି ଅଜୟ ନାୟକ, ସମ୍ମାନିତ ଅତିଥି ଭାବରେ ଉତ୍କଳ ସର୍ବୋଦୟ ମଣ୍ଡଳର ସମ୍ପାଦକ ରମାକାନ୍ତ ମଣ୍ଡଳ, ଅଧିବକ୍ତା ମନୋରଞ୍ଜନ ମହାନ୍ତି, ସମାଜସେବୀ ନାରାୟଣ ପାଢ଼ୀ, ଶିକ୍ଷାବିତ୍ ଲକ୍ଷ୍ମୀକାନ୍ତ ବାରିକ ଓ ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ଯୋଗ ଦେଇ ଗାନ୍ଧୀବାଦୀ ନିଶାକର ଦାସଙ୍କ ତ୍ୟାଗପୂତ ଜୀବନ ସମ୍ପର୍କରେ ବଣ୍ର୍ଣ୍ରନା କରିବା ସହ ଶ୍ରୀ ଦାସଙ୍କ ଦେହାନ୍ତ ରାଜ୍ୟ ତଥା ଗାନ୍ଧୀ ଓ ସର୍ବୋଦୟ ଆନ୍ଦୋଳନ ପାଇଁ ଅପୂରଣୀୟ କ୍ଷତି ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ସେ ଏକ ଗରୀବ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ମା ରମାଦେବୀ, ଗୋପବନ୍ଧୁ ଚୌଧୁରୀ ଆଦିଙ୍କ ସଂସ୍ପର୍ଶରେ ଆସି ସର୍ବୋଦୟ ଆନ୍ଦୋଳନରେ ସାମିଲ ହୋଇଥିଲେ । ଖଦୀ, ସୂତାକଟା, ଲୁଗାବୁଣା, ଆଶ୍ରମ ପ୍ରାର୍ଥନା ଆଦି କାମରେ ପାରଙ୍ଗମ ହୋଇପାରିଥିଲେ । ସ୍ୱର୍ଗତ ଦାସଙ୍କ ଆଦର୍ଶରେ ପିଲାମାନେ ଅନୁପ୍ରାଣିତ ହେବା ପାଇଁ ଅତିଥିମାନେ କହିଥିଲେ । ପ୍ରଜ୍ଞାଶ୍ରୀ ଦାସ ପ୍ରାରମ୍ଭରେ ଗାନ୍ଧୀଜୀଙ୍କ ପ୍ରିୟ ଭଜନ ଗାନ କରିଥିଲେ । ଶିକ୍ଷାବିତ୍ ଲକ୍ଷ୍ମୀକାନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।