ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ କାର୍ଲ ମାର୍କସଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ମାର୍କସଙ୍କ ଫଟୋଚିତ୍ରରେ ସିପିଆଇଏମ୍ ଭଦ୍ରକ ଜିଲା କମିଟି ତରଫରୁ ଶ୍ରଦ୍ଧାସୁମନ ଅର୍ପଣ ସହ ଲାଲ ସଲାମ ଜଣାଯାଇଥିଲା । ଚନ୍ଦ୍ରଶେଖର ନାୟକ, ରାଧା ଦାସ, ବିନୋଦ ସାହୁ, ସେକ୍ ଗୋଲାମ, କାଲଉ, କମର, ମଣ୍ଟୁ ମୁଣ୍ଡା, ମୁକ୍ତିକାନ୍ତ ବାରିକ ଓ ସେକ୍ ମିନାଜ ପ୍ରମୁଖ ଯୋଗଦେଇ କାର୍ଲ ମାର୍କସବାଦର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ । କାରଣ ମଣିଷ ଉପରେ ମଣିଷଙ୍କର ଶୋଷଣ ବଢୁଛି । ସାରା ବିଶ୍ୱରେ ସାମ୍ରାଜ୍ୟ ବାଦ୍ ପଡିବାରେ ଲାଗିଛି ଓ ପୁଂଜିବାଦୀ ବ୍ୟବସ୍ଥା ଭିତରେ ଶୋଷଣ ବଢୁଛି । ତେଣୁ ମାର୍କସବାଦର ଆଜିବି ପ୍ରାସଙ୍ଗିକତା ରହିଛି । ସେଥିପାଇଁ ସମସ୍ତଙ୍କୁ ଲଢେଇ କରିବାକୁ ମାର୍କସବାଦ ପଥକୁ ଆଧାର କରି ଆଗେଇଯିବା ପାଇଁ ଶପଥ ନେବାକୁ ଆହ୍ୱାନ ଦିଆଯାଇଥିଲା ।