ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଆମ୍ବରୋଳି ଗ୍ରାମପଞ୍ଚାୟତର ନିର୍ମାତା ସ୍ୱର୍ଗତଃ ଚକ୍ରଧର ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ତାଙ୍କ ପରିବାର ପକ୍ଷରୁ ତାଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାସଂଦ ମଂଜୁଲତା ମଣ୍ଡଳ, ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଜିଲା ପରିଷଦ ସଦସ୍ୟ ମଳୟ ଜେନା, ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲା ପରିଷଦ ସଦସ୍ୟା ପ୍ରତିମା ଜେନାଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ । ସ୍ୱର୍ଗତ ଚକ୍ରଧର ଦାସ ଆମ୍ବରୋଳି ଗ୍ରାମପଞ୍ଚାୟତର ନିର୍ମାତା ଥିଲେ । ବେଶ୍ ପରୋପକାରୀ ଥିଲେ ସ୍ୱର୍ଗତଃ ଦାସ । ଅଂଚଳରେ ସର୍ବାଙ୍ଗୀନ ଉନ୍ନତି ପାଇଁ ସଦାସର୍ବଦା ଚେଷ୍ଟିତ ଥିଲେ, ଯାହା ଆଜିବି ଅଂଚଳର ଲୋକଙ୍କ ପାଖରେ ତାଙ୍କୁ ଜୀବିତ ରଖିଛି । ସ୍ୱର୍ଗତଃ ଦାଶ ଅଂଚଳର ଯୋଗଜନ୍ମା ଥିଲେ । ଯାହା ଆଜିବି ଅଂଚଳର ଲୋକଙ୍କ ପାଖରେ ତାଙ୍କୁ ଜୀବିତ ରଖିଛି ବୋଲି ବିଧାୟକ ଶ୍ରୀ ମଲ୍ଲିକ କହିଥିଲେ । ସେହିପରି ନିଜ ଅଂଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ସଦାସର୍ବଦା ଚେଷ୍ଟା କରୁଥିବା ସ୍ୱର୍ଗତଃ ଦାଶଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନରେ ସାମିଲ ହୋଇ ବେଶ୍ ଗର୍ବ ଅନୁଭବ କରିଛନ୍ତି ବୋଲି କହିଛନ୍ତି ସାଂସଦ ଶ୍ରୀମତୀ ମଣ୍ଡଳ । ଆଜିର ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ସ୍ୱର୍ଗତଃ ଦାଶଙ୍କ ପରିବାରର ସଦସ୍ୟମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।