Home ଓଡ଼ିଶା ହକି ବିଶ୍ୱକପର ପ୍ରତିଟି ମ୍ୟାଚ ଦେଖିବା ପାଇଁ ପୁରୀ ପ୍ରଶାସନର ବ୍ୟବସ୍ଥା

ହକି ବିଶ୍ୱକପର ପ୍ରତିଟି ମ୍ୟାଚ ଦେଖିବା ପାଇଁ ପୁରୀ ପ୍ରଶାସନର ବ୍ୟବସ୍ଥା

38

ପୁରୀ ୧୦/୧ (ଓଡ଼ିଆ ପୁଅ) ଓଡିଶା ଆୟୋଜନ କରୁଛି ୨୦୨୩ ର ପୁରୁଷ ହକି ବିଶ୍ୱକପ।ଏହାକୁ ସ୍ମରଣୀୟ ଓ ଆକର୍ଷଣୀୟ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଗ୍ରହଣ କରିଛି ବିବିଧ କାର୍ଯ୍ୟକ୍ରମ। ଚଳିତ ମାସ ୧୧ ତାରିଖ ଅପରାହ୍ନରେ କଟକ ବାରବାଟୀ ଷ୍ଟାଡିୟମ ଠାରେ ଏହାର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଏଥିରେ ବଲିଉଡ କଳାକାର ରଣବୀର ସିଂ, ଦିଶା ପଟାନୀ, ଗାୟକ ପ୍ରିତମ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କ୍ରିଡା ବିଭାଗ ସୂତ୍ରରୁ ପ୍ରକାଶ।

ଏହାର ସିଧା ପ୍ରସାରଣ ଏକ ବିରାଟ ଏଲ ଇ ଡି ଟିଭି ମାଧ୍ୟମରେ ପୁରୀ ସମୁଦ୍ର କୂଳ ଭିକ୍ଟୋରିଆ ହୋଟେଲ ସମ୍ମୁଖରେ ଯାହା “ସିଟି ଫେଷ୍ଟ ଇନ୍ ଓଲିସ୍ ଲ୍ୟାଣ୍ଡ” ନାମରେ ନାମିତ ହୋଇଛି ସେଠାରେ ବ୍ୟବସ୍ଥା କରା ଯାଇଛି। ସେଠାରେ ମଧ୍ୟ ବିଶ୍ୱକପର ଏକ ପ୍ରତିକୃତି ସ୍ଥାପିତ ହୋଇଛି। ଏଥି ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ କ୍ରିଡା ପ୍ରତିଯୋଗିତା, ଫୁଡ ପାର୍କ ର ଆୟୋଜନ କରାଯାଇଛି। ଅପରପକ୍ଷରେ ଜାନୁଆରୀ ୧୩ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ସ୍ଥାନରେ ବିଶ୍ୱକପର ସମସ୍ତ ମ୍ୟାଚ ର ସିଧା ପ୍ରସାରଣ କରାଯିବ। ମ୍ୟାଚର ବିରତି ସମୟରେ ସାଂସ୍କୃତିକ ଓ କ୍ରିଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ସେହିପରି ସମସ୍ତ ବ୍ଲକ, ଏନ ଏ ସି ଓ ପଞ୍ଚାୟତମାନଙ୍କ ରେ ମଧ୍ୟ ଏଲ ଇ ଡି ଟିଭି ମାଧ୍ୟମରେ ଉଦଘାଟନ କାର୍ଯ୍ୟକ୍ରମ ଏବଂ ବିଶ୍ୱକପର ସମସ୍ତ ମ୍ୟାଚ ର ସିଧା ପ୍ରସାରଣ ର କରାଯିବ। ଆଜି ଜିଲ୍ଲାପାଳ ଶ୍ରୀ ବର୍ମା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କୁମାର ପ୍ରଧାନ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟ ସମୀକ୍ଷା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.