Home ଜିଲ୍ଲା ପରିକ୍ରମା ଧାମରାରେ ପ୍ରତିରକ୍ଷା ବିଭାଗ ତରଫରୁ ଶହେ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଖୋଲିବାକୁ ସାଂସଦଙ୍କ ଦାବି

ଧାମରାରେ ପ୍ରତିରକ୍ଷା ବିଭାଗ ତରଫରୁ ଶହେ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଖୋଲିବାକୁ ସାଂସଦଙ୍କ ଦାବି

84

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରାରେ ପ୍ରତିରକ୍ଷା ବିଭାଗ ତରଫରୁ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସହ ସ୍ୱତନ୍ତ୍ର ଟ୍ରମା କେୟାର ସେଣ୍ଟର ଖୋଲିବାକୁ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ସଂସଦ ଅଧିବେଶନରେ ଧାରା ୩୭୭ ଅନୁସାରେ ପ୍ରଶ୍ନ ଉପସ୍ଥାପନ କରିଛନ୍ତି। ଭଦ୍ରକ ସଂସଦୀୟ କ୍ଷେତ୍ର ଅଧୀନସ୍ଥ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା ଭଦ୍ରକ ସଦର ମହକୁମା ଠାରୁ ୮୫ କିମି ଦୂରବର୍ତ୍ତୀ ଧାମରା ଠାରେ ଏପିଜେ ଅବଦୁଲ କଲାମ ହ୍ୱିଲର ଦ୍ୱୀପ ଭାରତ ସରକାରଙ୍କ ଗୁରୁତ୍ୱ ବହନ କରିଛି। ପ୍ରତିରକ୍ଷା ବିଭାଗ ତରଫରୁ କ୍ଷେପଣାସ୍ତ୍ର ପରୀକ୍ଷଣ ଏଠାରେ ହୋଇଥାଏ। ଧାମରାରେ ପ୍ରତିଷ୍ଠିତ ଗବେଷଣା ଉନ୍ନୟନ ସଂଗଠନ (ଡିଆରଡିଓ) ପ୍ରତିଷ୍ଠା, ଆଦାନୀ କଂପାନୀର ଧାମରା ବନ୍ଦର ପ୍ରତିଷ୍ଠା ସହ ମତ୍ସ୍ୟଜୀବୀମାନଙ୍କ ଜେଟି ନିର୍ମାଣ ହୋଇଥିବାରୁ ଦିନକୁ ଦିନ ଜନବସତି ବୃଦ୍ଧି ପାଇବାରେ ଲାଗିଛି। ପ୍ରତିରକ୍ଷା ବିଭାଗ ସହିତ କେନ୍ଦ୍ର ସରକାରଙ୍କର ଅନ୍ୟାନ୍ୟ ବିଭାଗର କର୍ମଚାରୀମାନେ ନିଜର ପରିବାର ସହ ଧାମରାରେ ବସବାସ କରିଥାନ୍ତି। ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଉପଲବ୍ôଧ ହେଉନଥିବାରୁ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଧାମରାରୁ ୫୦ କିମି ଦୂର ବାସୁଦେବପୁର ଓ ୮୫ କିମି ଦୂର ଭଦ୍ରକ ସଦର ହସ୍‌ପିଟାଲକୁ ସ୍ଥାନାନ୍ତର କରିବାକୁ ପଡିଥାଏ। ଫଳରେ ଅନେକ ସମୟରେ ରୋଗୀ ଡାକ୍ତରଖାନାରେ ପହଞ୍ôଚବା ପୂର୍ବରୁ ମୃତ୍ୟୁ ହୋଇଥିବାର ଅନେକ ନଜିର ରହିଛି। ଏହିସବୁ ଅସୁବିଧାଗୁଡିକ ହୃଦୟଙ୍ଗମ କରି ସାଂସଦ ଶ୍ରୀମତୀ ମଣ୍ଡଳ ଧାମରା ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଓ ସ୍ୱତନ୍ତ୍ର ଟ୍ରମା କେୟାର ସେଣ୍ଟର ଖୋଲିବାକୁ ବାଚସ୍ପିତଙ୍କ ଜରିଆରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଠାରେ ଦାବି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.