ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଐତିହାସିକ ଦିଲ୍ଲୀ ଚାଷୀ ଆନ୍ଦୋଳନରେ ୭୧୫ କୃଷକ ଆନ୍ଦୋଳନ ସ୍ଥଳରେ ମୃତ୍ୟୁବରଣ କରିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀ ବିରୋଧୀ ୩ଟି କଳା କୃଷି ଆଇନ୍କୁ କେନ୍ଦ୍ର ସରକାର ବାତିଲ କରିଥିଲେ। ସମସ୍ତ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ଯୁକ୍ତ ଆଇନ୍ ସଂସଦରେ ପ୍ରଣୟନ କରିବା ପାଇଁ କେନ୍ଦ୍ର ସରକାର ଦେଶର ଅନ୍ନଦାତା ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ସେହି ପ୍ରତିଶ୍ରୁତି ପାଳନ କଲେନାହିଁ। ସମସ୍ତ କୃଷିଜାତ ସାମଗ୍ରୀର ଏମ୍ଏସ୍ପି ଗ୍ୟାରେଣ୍ଟି ପାଇଁ ଆଇନ୍ଗତ ବ୍ୟବସ୍ଥା କରିବା, ବିଦ୍ୟୁତ୍ ସଂଶୋଧନ ବିଲ୍ ୨୦୨୦ କୁ ପ୍ରତ୍ୟାହାର କରିବା, ଜାତୀୟ ସଂପତ୍ତି ବିକ୍ରି ବନ୍ଦ କରିବା, ଲକ୍ଷ୍ମୀପୁର ଖେରୀ ଗଣହତ୍ୟା ମୋକଦ୍ଦମାରେ ଆସାମୀ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ସହ ଗିରଫ କରି ଜେଲଖାନାରେ ଭର୍ତ୍ତି କରିବା, ଐତିହାସିକ କୃଷକ ଆନ୍ଦୋଳନ ସମର୍ଥନରେ ଲଢେଇ କରି ମିଥ୍ୟା ମକଦ୍ଦମାରେ ଦେଶବ୍ୟାପୀ ବିଭିନ୍ନ ଜେଲଖାନାରେ ଥିବା ସଂଗ୍ରାମୀ ସାଥୀମାନଙ୍କୁ ତୁରନ୍ତ ଖଲାସ କରାଯିବା, ଐତିହାସିକ ଚାଷୀ ଆନ୍ଦୋଳନରେ ସହୀଦ ଓ ଗୁରୁତର ଆହତ ହୋଇଥିବା ପରିବାର ଗୁଡିକର ଜୀବନ ଧାରଣ ପାଇଁ ସରକାରୀ ସହାୟତା ଆଦି ଦାବିକୁ ସଂସଦରେ ଉପସ୍ଥାପିତ କରିବା ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା, ଭଦ୍ରକ ଶାଖା ପକ୍ଷରୁ ଏକ ସ୍ମାରକପତ୍ର ଭଦ୍ରକ ଲୋକସଭା ସାଂସଦ ମଂଜୁଲତା ମଣ୍ଡଳଙ୍କୁ ତାଙ୍କ ଭଦ୍ରକସ୍ଥିତ ଆବାସିକ କାର୍ଯ୍ୟାଳୟ ଠାରେ ପ୍ରଦାନ କରାଯାଇଛି। ସାଂସଦ ଶ୍ରୀମତୀ ମଣ୍ଡଳ ସଂସଦରେ ଏହି ଗୁରୁତ୍ୱପୂର୍ଣ୍ଣ ଚାଷୀଙ୍କ ଦାବି ପାଇଁ ସ୍ୱର ଉତ୍ତୋଳନ କରିବାକୁ ସଂଯୁକ୍ତ କୃଷକ ମୋର୍ଚ୍ଚାରେ ନେତୃତ୍ୱଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରତିନିଧି ଦଳରେ ଅଖିଳ ଭାରତ କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଜିଲା ସଭାପତି ଚନ୍ଦ୍ରଶଖର ନାୟକ, ସଂଯୁକ୍ତ କୃଷକ ମୋର୍ଚ୍ଚାର ଅନ୍ୟତମ ନେତା ଗୌରାଙ୍ଗ ଯେନା ପ୍ରମୁଖ ସାମିଲ ଥିଲେ।
Home ଜିଲ୍ଲା ପରିକ୍ରମା ଚାଷୀ ଫସଲର ଏମ୍ଏସ୍ପି ଗ୍ୟାରେଣ୍ଟି ପାଇଁ ଆଇନ୍ ପ୍ରଣୟନ ଦାବି, ସ୍ୱର ଉତ୍ତୋଳନ କରିବାକୁ ଭଦ୍ରକ...