Home ଜିଲ୍ଲା ପରିକ୍ରମା ଭାବ ଓ ଭାଷା ପୁସ୍ତକ ମାଧ୍ୟମରେ ଜୀବନ୍ୟାସ ପାଏ, ୨୨ ତମ ଭଦ୍ରକ ପୁସ୍ତକମେଳା ଉଦଯାପିତ

ଭାବ ଓ ଭାଷା ପୁସ୍ତକ ମାଧ୍ୟମରେ ଜୀବନ୍ୟାସ ପାଏ, ୨୨ ତମ ଭଦ୍ରକ ପୁସ୍ତକମେଳା ଉଦଯାପିତ

28

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଧୁନା ପୃଥିବୀର ଚିନ୍ତା ଜଗତରେ ଯେଉଁ ଅଦ୍ଭୁତପୂର୍ବ ପରିବର୍ତ୍ତନ ସଂଘଟିତ ହେଉଛି, ସେଥିପାଇଁ ବ୍ୟାପକ ଅଧ୍ୟୟନ ହିଁ ଜରୁରୀ। ଇଣ୍ଟରନେଟର ବହୁଳ ବ୍ୟବହାର ଯୋଗୁଁ ପୁସ୍ତକ ଅଧ୍ୟୟନ ଓ କ୍ରୟବିକ୍ରୟର ପ୍ରବଣତା ଆମ ନୂଆପିଢିଙ୍କଠାରେ ଊଣା ହୋଇଥିଲେ ମଧ୍ୟ ମୌଳିକ ପୁସ୍ତକର କୌଣସି ବିକଳ୍ପ ନାହିଁ। ବ୍ୟକ୍ତି ମନରେ ପଠନପିପାସା ଜଗାଇ ଜାତୀୟ ସ୍ରୋତରେ ସାମିଲ କରାଇବା ପୁସ୍ତକମେଳାର ଆହ୍ୱାନ ବୋଲି ସନସାଇନ ମିଶନ ସ୍କୁଲ୍ ନିକଟସ୍ଥ ମନମୋହନ ସଂଗୀତ ପରିଷଦ ପଡ଼ିଆରେ ନଭେମ୍ବର ୨୫ ତାରିଖରୁ ଆରମ୍ଭ ହୋଇଥିବା ୨୨ ତମ ‘ଭଦ୍ରକ ପୁସ୍ତକମେଳା’ର ଉଦଯାପନୀ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ପୁସ୍ତକମେଳା କମିଟି ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ‘ଜଗତୀକରଣ ଦ୍ୱାରରେ ପୁସ୍ତକ ଓ ପତ୍ରପତ୍ରିକା’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ରବୀନ୍ଦ୍ର କୁମାର ନାୟକ ଯୋଗଦେଇ ପୁସ୍ତକ ସର୍ବଦା ସମାଜ, ସଭ୍ୟତା ଓ ସଂସ୍କୃତିର ଜାଗ୍ରତ ପ୍ରହରୀ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଭଦ୍ରକ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଡକ୍ଟର ଅଭୟ କୁମାର ଦାସ ମଣିଷର ଭାବ ଓ ଜାତିର ଭାଷାକୁ ପୁସ୍ତକ ଓ ପତ୍ରପତ୍ରିକା ହିଁ ଜୀବନ୍ୟାସ ଦିଏ ବୋଲି ପ୍ରକାଶ କରିଥିଲେ। ବରେଣ୍ୟ ଅତିଥି ଭାବେ ଅଖିଳମୋହନ ପାଢୀ ଯୋଗଦେଇ ମୁଖ୍ୟ ଅତିଥି ଡାକ୍ତର ନାୟକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

ଡକ୍ଟର ରାଧାବିନୋଦ ନାୟକଙ୍କୁ ‘ପ୍ରେମ ପୃଥିବୀ’ର ସମ୍ପାଦକ କୈଳାସ ପଣ୍ଡା ସମ୍ବର୍ଦ୍ଧନା ପ୍ରଦାନ କରିଥିବା ବେଳେ ଡକ୍ଟର ଶୈଳେନ୍ଦ୍ର ମହାପାତ୍ରଙ୍କୁ ଡାକ୍ତର ଦୁର୍ଯ୍ୟୋଧନ ଦାସ ଓ ଡକ୍ଟର ମନୀନ୍ଦ୍ର ମହାନ୍ତିଙ୍କୁ ପ୍ରାଧ୍ୟାପକ ମନୋଜ କୁମାର ସ୍ୱାଇଁ ସମ୍ମାନିତ କରିଥିଲେ। ପୁସ୍ତକମେଳା କମିଟି ସଂପାଦକ ରୂପକ ବିହାରୀ ରାୟ ବିବରଣୀ ପ୍ରଦାନ କରିଥିଲେ ଓ ଅଧ୍ୟାପକ ଦତ୍ତାତ୍ରେୟ ଦାସ ସ୍ୱାଗତ ଭାଷଣ ଦେଇଥିଲେ। ଡକ୍ଟର ମମତା ସାହୁଙ୍କ ସଭାପତିତ୍ୱରେ ଅପରାହ୍ଣରେ ଅନୁଷ୍ଠିତ କବିତା ପାଠୋତ୍ସବରେ ମୁଖ୍ୟବକ୍ତା ଭାବେ ଦୀପ୍ତିମୟୀ ସାହୁ, ସଂଯୋଜିକା ଭାବେ ମନୋରମା ରାୟ ଓ ଚୈତାଳୀ ଖିଲାର ଯୋଗ ଦେଇଥିଲେ। ଋତୁରାଜ ଅକ୍ଷୟ, ବିପ୍ଳବ ହୋତା, ପ୍ରଦୀପ୍ତ ମହାନ୍ତି, ଜାନକୀ ପାଢୀ, ହୃଦାନନ୍ଦ ପାଣିଗ୍ରାହୀ, କିଶୋର ପାଣିଗ୍ରାହୀ, ଦେବେନ୍ଦ୍ରନାଥ ମହାଳିକ, ରମେଶଚନ୍ଦ୍ର ଦାସ, ବିଚିତ୍ରାନନ୍ଦ ଜେନା, ମୀର ଅବଦୁଲ୍ ଦୟାନ, ଗୌରାଂଗ ବାରିକ୍‌, ଅଂଶୁମାନ ସ୍ୱାଇଁ, ମୁସ୍ତାକ ଗହ୍ୱର, ଅବଦୁଲ ଦୟାନ ଜିୟା, ଅରୂପାନନ୍ଦ ନାୟକ, ମନସ୍ମିତା ଦାସ, ସୁବ୍ରତ ମଲ୍ଲିକ, ଲକ୍ଷ୍ମୀକାନ୍ତ ବାରିକ, ସସ୍ମିତା ସାହୁ, ନରେନ୍ଦ୍ର ନାୟକ, ମୋନାଲିସା ସାହୁ, ଯଶୋମତୀ ଦାସ, ମହେଶ୍ୱର ମହାପାତ୍ର ପ୍ରମୁଖଙ୍କୁ କବିତା ପାଇଁ ପୁରସ୍କୃତ କରାଯାଇଥିଲା। ସାଂସ୍କୃତିକ ସମ୍ପାଦକ ବସନ୍ତ କୁମାର ମହାନ୍ତିଙ୍କ ସଂଚାଳନାରେ ବିଭିନ୍ନ ସନ୍ଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ମନ୍ଦିର ଡ୍ୟାନ୍ସ ଗ୍ରୁପ୍‌, ସାଇ ନୃତ୍ୟ ଏକାଡେମୀ, ମୟୁର ଡ୍ୟାନ୍ସ ଗ୍ରୁପ୍‌, ଉତ୍ସବ ଅନୁଷ୍ଠାନ ଓ ମନମୋହନ ସଂଗୀତ ପରିଷଦ, ତିହିଡ଼ି ସଂଗୀତ ମହାବିଦ୍ୟାଳୟର କଳାକାରମାନଙ୍କୁ ପୁରସ୍କାର ଦିଆ ଯାଇଥିଲା। ଅଧିବକ୍ତା ଗଦାଧର ବଳ, ରାଜେଶ ଦାସ, ସମୀର ଦାସ, ଚର୍ଚ୍ଚିକା ମହାପାତ୍ର, ସୁଧାକର ସାହୁ, ଅଶୋକ ଦ୍ୱିବେଦୀ, ମନୋରଞ୍ଜନ ଦାସ, ବାବୁଲାଲ୍ ଦାସ, ରମାକାନ୍ତ ନାୟକ, ସାମ୍ବାଦିକ ତପନ କୁମାର ମିଶ୍ର, ଲକ୍ଷ୍ମୀକାନ୍ତ ବାରିକ, ବୈକୁଣ୍ଠ ବିଶ୍ୱାଳ ପ୍ରମୁଖ ଉତ୍ସବ ପରିଚାଳନାରେ କରିଥିଲେ। ପୁସ୍ତକମେଳା ଉପସଭାପତି ଅଧ୍ୟାପକ ବିଶ୍ୱରଞ୍ଜନ ଦାସ ଶେଷସ୍ପର୍ଶ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.