Home ଜିଲ୍ଲା ପରିକ୍ରମା ବରିଷ୍ଠ ନାଗରିକ ସଂଘର ସାଧାରଣ ପରିଷଦ ବୈଠକ, ସଂଘ ପକ୍ଷରୁ ହେବ ମାଗଣା ସ୍ୱାସ୍ଥ୍ୟ ଶିବିର

ବରିଷ୍ଠ ନାଗରିକ ସଂଘର ସାଧାରଣ ପରିଷଦ ବୈଠକ, ସଂଘ ପକ୍ଷରୁ ହେବ ମାଗଣା ସ୍ୱାସ୍ଥ୍ୟ ଶିବିର

22

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ଅଗ୍ରୱାଲା ବ୍ରଦର୍ସ ରାଇସମିଲ ପ୍ରାଙ୍ଗଣରେ ଚରମ୍ପା ବରିଷ୍ଠ ନାଗରିକ ସଂଘର ଏକ ସଭା ସଭାପତି ଗଗନ ବିହାରୀ ରାଉତଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଛି। ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର ୨୦୨୩ ମସିହା ପ୍ରଥମାର୍ଦ୍ଧରେ ସଂଘ ତରଫରୁ ମେଗା ସ୍ୱାସ୍ଥ୍ୟ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ମିଳିତ ସହଯୋଗରେ ଏରେଇ, ବଣିଆ, ଚରମ୍ପା, ରମ୍ଭିଳା, ରାହାଞ୍ଜ, ଜଗଦଳପୁର, ପରସିଙ୍ଗା ଗ୍ରାମପଞ୍ଚାୟତର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାକୁ ସ୍ଥିର କରାଯାଇଛି। କୋଷାଧକ୍ଷ ସୁଦର୍ଶନ ବିଶ୍ୱାଳ ସଂଘର ଆୟ ବ୍ୟୟ ପ୍ରଦାନ କରିବା ସଂଗେ ସଂଗେ ବକେୟା ଅର୍ଥରାଶି ଜାନୁଆରୀ ୭ ତାରିଖ ସଂଘ ତରଫରୁ ହେଉଥିବା ବଣଭୋଜି ଦିନ ସମସ୍ତ ସଭ୍ୟ, ସଭ୍ୟା ଯୋଗଦେବା ସହ ବକେୟା ଅର୍ଥ ପୈଠ କରିବାକୁ ଅନୁରୋଧ କରିଛନ୍ତି। ଗତ ଡ଼ିସେମ୍ବର ୨୦୧୯ ମସିହାରୁ ଆର. ଆଇ. ଚରମ୍ପାଙ୍କ ରିପୋର୍ଟ ସହ ସଂଘର ଗୋଷ୍ଠୀ କେନ୍ଦ୍ରଟିଏ ସରକାରୀ ଅନୁଦାନରେ ନିର୍ମାଣ କରି ବୟସର ଅବଶିଷ୍ଟ ଜୀବନ ଯୋଗ, ସକାଳ ଓ ସନ୍ଧ୍ୟାରେ ପ୍ରାଣାୟାମ, ପୁସ୍ତକ ଓ ଖବରକାଗଜ ପଠନ ସର୍ବୋପରି ଗୀତା ଭାଗବତ ପାଠ କରି ସମସ୍ତ ବରିଷ୍ଠ ସଭ୍ୟ ଚରମ୍ପା ବରିଷ୍ଠ ନାଗରିକ ସଂଘ ମାଧ୍ୟମରେ ଆବେଦନ କରିଥିଲେ ମଧ୍ୟ ଦୁଇବର୍ଷ ବିତିଗଲା ପରେ ଦୁଃଖର କଥା ତହସିଲଦାର ଭଦ୍ରକଙ୍କୁ ସାକ୍ଷାତ କରିଥିଲେ ବି ସେ କୌଣସି ପଦକ୍ଷେପ ନେଇନାହାନ୍ତି। ସଂଘ ତରଫରୁ ସମ୍ପାଦକଙ୍କ ସହ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ମହୋଦୟଙ୍କୁ ଏ ବିଷୟରେ ଅବଗତ କରି ସଂଘ ନାମରେ ଚାରି ଡେସିମିଲ ସରକାରୀ ଜମି ଦେବାକୁ ଅନୁରୋଧ କରାଯିବାକୁ ସଂଘ ପକ୍ଷରୁ ନିଷ୍ପତି ନିଆଯାଇଛି। ଉପଦେଷ୍ଟା କ୍ଷିତୀଶ ରାଉତ, ପଦ୍ମଲୋଚନ ମହାଳିକ, ଉପସଭାପତି ସୁରେନ୍ଦ୍ର ମଲ୍ଲିକ, ଯୁଗ୍ମସମ୍ପାଦକ କଳାକାର ମିଶ୍ର, ସହସମ୍ପାଦକ ଜଗବନ୍ଧୁ ମହାନ୍ତି, କାର୍ଯ୍ୟକାରୀ ସଭାପତି ବାବୁଲାଲ ଦାସ ଚକ୍ଷୁ ଚିକିତ୍ସା ଶିବିର ଓ ଯୋଗଶିବିର ଫେବୃଆରୀ ଶେଷ ସପ୍ତାହରେ କରିବାକୁ ପ୍ରସ୍ତାବ ଦେଇଥିଲେ। ସଂଘ ତରଫରୁ ଉକ୍ତ କାର୍ଯ୍ୟକ୍ରମ କରିବାପାଇଁ କାର୍ଯ୍ୟକାରିଣୀ ସଦସ୍ୟ ଦୀନବନ୍ଧୁ ମହାରଣା, ନରେନ୍ଦ୍ର ପଟ୍ଟନାୟକ, ବିଶ୍ୱନାଥ ବେହେରା, ଉପେନ୍ଦ୍ର ନାଥ ରାଉତ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ। ଆସନ୍ତା ୨୦୨୩ ମସିହା ଜାନୁୟାରୀ ୭ ତାରିଖ ବୈଠକରେ ଉକ୍ତ କାର୍ଯ୍ୟକ୍ରମ ଗୁଡ଼ିକ ସମ୍ପୂର୍ଣ୍ଣ କରିବାପାଇଁ ସମସ୍ତ ସଭ୍ୟଙ୍କ ସହଯୋଗରେ ଏକ କୋର କମିଟି ଗଠନ କରି ଜିଲ୍ଲା ପ୍ରଶାସନ ସହାୟତାରେ ଉକ୍ତ କାର୍ଯ୍ୟକ୍ରମ ସମ୍ପନ୍ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶେଷରେ ସମ୍ପାଦକ ଶ୍ରୀ ମହାପାତ୍ର ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.