Home ଜିଲ୍ଲା ପରିକ୍ରମା ଧର୍ମପ୍ରାଣ ମହିଳା ସ୍ମୃତିରେଖା ସାହୁଙ୍କ ଦେହାନ୍ତ

ଧର୍ମପ୍ରାଣ ମହିଳା ସ୍ମୃତିରେଖା ସାହୁଙ୍କ ଦେହାନ୍ତ

30

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଧ୍ୟାତ୍ମବାଦୀ, ଗଭୀର ବିଶ୍ୱାସୀ ଧର୍ମ ପ୍ରାଣ ମହିଳା ସ୍ମୃତିରେଖା ସାହୁଙ୍କ ୫୨ବର୍ଷ ବୟସ୍କରେ ଆକସ୍ମିକ ଭାବେ ଦେହାନ୍ତ ହୋଇଛି। ସ୍ୱର୍ଗତ ସାହୁ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁଙ୍କ ଧର୍ମପତ୍ନୀ ତଥା ଦୁଇ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ଶ୍ରୀଜଗନ୍ନାଥ ପ୍ରଚାର ସମିତିର କାର୍ଯ୍ୟ କରିଆସୁଛନ୍ତି। ସ୍ୱର୍ଗତ ସାହୁ ଜଣେ ମିଷ୍ଟଭାଷୀ, ମେଳାପି, ପରଉପକାରୀ ଓ ପ୍ରକୃତିପ୍ରେମୀ ଥିଲେ। ତାଙ୍କ ବିୟୋଗରେ ତାଙ୍କ ପରିବାର ପ୍ରଚାର ସମିତିର ସେବକ ଓ ସେବିକା ଥିଲେ ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି। ପ୍ରଚାର ସମିତି ପକ୍ଷରୁ ସେବକ ଲକ୍ଷ୍ମୀଧର ଖଟୁଆ, ସମିତିର ପ୍ରବଚିକା ତପସ୍ୱନୀ ପାଢ଼ୀ, ସୁଧାକର ଧନୀ, ସଂକୀର୍ତ୍ତନ ମଣ୍ଡଳୀର ସଂପାଦକ କମଳାକାନ୍ତ ମଲ୍ଲିକ, ସୁରେନ୍ଦ୍ର କୁମାର ସାହୁ, ସର୍ବେଶ୍ୱର ନାୟକ ପ୍ରମୁଖ ବହୁ ସେବକସେବିକା ତାଙ୍କ ଗୁଜିଦରଡା ସ୍ଥିତ ଶ୍ରୀମତୀନିଧି ଓ ବିଘ୍ନେଶ୍ୱର ସାହୁ ବାସଭବନରେ ତାଙ୍କ ମରଶରୀରରେ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରି ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଥିଲେ। ସ୍ୱର୍ଗତ ସାହୁ ହୃଦରୋଗ, ବହୁମୂତ୍ରରେ ଚିକିତ୍ସିତ ହେଉଥିଲେ। ତାଙ୍କର ଜ୍ୟେଷ୍ଠ ପୁତ୍ର ପ୍ରଭୁଭକ୍ତ ସାହୁ ମୁଖାଗ୍ନି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.